ଏନ୍.ଏ.ସି ଘୋଷଣା ଦାବି ନେଇ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ଵାଭିମାନ ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) :  କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଓ ନର୍ଲା ବ୍ଳକକୁ ବିଗତ ସରକାର ଏନ୍.ଏ.ସି ପାଇଁ ଘୋଷଣା କରିଥିଲେ। ହେଲେ ଗତ କିଛି ଦିନ ତଳେ ରାଜ୍ୟ ସରକାର ୧୧ ଗୋଟି ଏନ୍.ଏ.ସି ଘୋଷଣା କରିଛନ୍ତି। କିନ୍ତୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ଓ ନର୍ଲା ବ୍ଳକ୍ ସେଥିରୁ ବାଦ ପଡିଛି।ରାଜ୍ୟ ସରକାର ଏହି ଦୁଇଟି ବ୍ଳକକୁ ସଂପୂର୍ଣ୍ଣ ଅଣଦେଖା କରିଛନ୍ତି। ତେଣୁ ଆଜି ନର୍ଲା ନିର୍ବାଚନ ମଣ୍ଡଳୀ ସ୍ଵାଭିମାନ ବିକାଶ ମଞ୍ଚ ପକ୍ଷରୁ ମ୍.ରାମପୁର ଓ ନର୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ନେତୃତ୍ବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସ୍ଵାଭିମାନ ନର୍ଲା ନିର୍ବାଚନ ମଣ୍ଡଳୀ ବିକାଶ ମଞ୍ଚର ସଭାପତି ରୋମାଞ୍ଚ ସାହୁ, ସତ୍ୟ ନାରାୟଣ ସାହୁ, ବିକାଶ ରଞ୍ଜନ ସିଂହ ଦେଓ, ପ୍ରଦୀପ କୁମାର ପାଣିଗ୍ରାହୀ, ଭବାନୀ ଶଙ୍କର ସାହୁ,ପ୍ରେମ ସାଗର ନାଏକ, ଜାଗରଣ ମଞ୍ଚ ସଭାପତି ଚମରା ବଗର୍ତ୍ତି, ଗୋବିନ୍ଦ ତାଣ୍ଡି, ସମେତ ସମସ୍ତ କର୍ମକର୍ତ୍ତା, ନର୍ଲା ନିର୍ବାଚନ ମଣ୍ଡଳୀର ଶତାଧିକ ଜନସାଧାରଣ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଯଦି ମ.ରାମପୁର ଓ ନର୍ଲାକୁ ସରକାର ଏନ୍.ଏ.ସି ଘୋଷଣା କରିବେ ନାହିଁ ତା ହେଲେ ଆଗାମୀ ଦିନରେ ସ୍ଵାଭିମାନ ବିକାଶ ମଞ୍ଚ ରାଜ ରାସ୍ତାକୁ ଓହ୍ଲାଇବା ସହ ବିଧାନ ସଭା ଘେରାଉ କରିବେ ବୋଲି କହିଛନ୍ତି।