କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର): ବିଜେପି ରାଜ୍ୟ ସଭାପତିଙ୍କ ନାମ ଘୋଷଣା ପରେ ପ୍ରଥମ ଥର କଳାହାଣ୍ଡି ଜିଲ୍ଲା ଗ୍ରସ୍ତରେ ମନମୋହନ ସାମଲ।କଳାହାଣ୍ଡିର ଦ୍ୱାର କୁହାଯାଉଥିବା କେସିଙ୍ଗା ଦେଇ କଳାହାଣ୍ଡି ଜିଲ୍ଲାରେ ପାଦ ଦେଇଛନ୍ତି ସଭାପତି।ସଭାପତି ଆସିବେ ବୋଲି ଚାରିଦିନ ଆଗରୁ କର୍ମୀଙ୍କ ତତ୍ପର ଦେଖାଯାଇଥିଲା।ପ୍ରସ୍ତୁତି ବୈଠକ ସାଙ୍ଗକୁ ରଣନୀତି ପ୍ରସ୍ତୁତ କରାଯାଇଥିଲା ଦୁଇଦିନ ଆଗରୁ।ସହରରେ ସ୍ଥାନେ ସ୍ଥାନେ ବଡ଼ବଡ଼ ବ୍ୟାନରରେ କର୍ମୀଙ୍କ ଫୋଟୋ ସହିତ ସଭାପତିଙ୍କୁ ଜିଲ୍ଲାରେ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ସଭାପତି ଅମାଠ ଛକରେ ପହଞ୍ଚିବା ପରେ ତାଙ୍କୁ କେସିଙ୍ଗା ବିଜେପି ପକ୍ଷରୁ ଏକ ବିରାଟ ମଟର ସାଇକଲ ଶୋଭାଯାତ୍ରାରେ କେସିଙ୍ଗାକୁ ପାଛୋଟି ଅଣାଯାଇଥିଲା।କେସିଙ୍ଗା ରେ କୌଣସି ସଭାସମିତିର କାର୍ଯ୍ୟକ୍ରମ ନ ଥିଲେ ମଧ୍ୟ ସ୍ଥାନୀୟ ପୁରୁଣା ଷ୍ଟେଟ ବ୍ୟାଙ୍କ ପାଖରେ ସଭାପତିଙ୍କୁ ଦଳୀୟ କର୍ମୀ ମାନେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଏଥିରେ କଳାହାଣ୍ଡି ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ଙ୍କ ସମେତ କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡ଼ା, ସମ୍ପାଦକ ଯୁଗଳ କିଶୋର ଦୀପ,ପୂର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ମଗନ୍ ସିନ୍ଦୂର,ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ଦାସ, ଉପ ସଭାପତି ପ୍ରୀତେଶ ପଟେଲ ପ୍ରମୁଖ ଉପସ୍ଥିତ ରହି ସଭାପତିଙ୍କୁ ଭବାନୀପାଟଣାକୁ ପାଛୋଟି ନେଇଥିଲେ।