ଦ୍ରୋଣାଚାର୍ଯ୍ୟ ସ୍କୁଲ ରେ ୧୦୦୮ ଗଣେଶ ମୂର୍ତ୍ତି ପୂଜନ ସହ ଚିତ୍ରକଳା ପ୍ରଦର୍ଶନୀ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସ୍ଥିତ ଦ୍ରୋଣାଚାର୍ଜ ସ୍କୁଲ, କେନ୍ଦୁପଡା ପ୍ରକୋଷ୍ଠରେ ଅଗ୍ରପୂଜ୍ୟ ଶ୍ରୀ ଶ୍ରୀ ଗଣେଶଙ୍କ ପୂଜା ମହାସମାରୋହରେ ପାଳିତ ହେଇଯାଇଛି । ବିଦ୍ୟାଳୟର ପ୍ରିନସିପାଲ ଅର୍ଚ୍ଚନା ଅଗ୍ରୱାଲଙ୍କ ନେତୃତ୍ବରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ମାନଙ୍କ ଦ୍ଵାରା ଏକ ନିଆରା ଢଙ୍ଗରେ ଗଣେଶଙ୍କର ୧୦୦୮ ମୂର୍ତ୍ତି, ଏବଂ ଚିତ୍ରକଳା ମାଧ୍ୟମରେ ଏକ ପ୍ରଦର୍ଶନୀ ର ଆୟୋଜନ କରାଯାଇଥିଲା।

ଏହି ପ୍ରଦର୍ଶନୀ ରେ ଆସିଥିବା ଅତିଥି ଏବଂ ଅବିଭାବକମାନେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ଗଣେଶଙ୍କର ବିଭିନ୍ନ ରୂପରେ ସାଜସଜ୍ଜା ଦେଖି ଉଚ୍ଚ ପ୍ରଶଂସା କରିବା ସହ ଏକ ଭକ୍ତିମୟ ପରିବେଶରେ ସାମିଲ ହୋଇ ଆନନ୍ଦ ଅନୁଭବ କରିଥିଲେ । ସୂଚନା ଥାଉ କି ଗତ ବର୍ଷ ମଧ୍ୟ ଏହି ବିଦ୍ୟାଳୟରେ ୧୦୦୮ ଗଣେଶ ମୂର୍ତ୍ତିର ଏକ ବିଶାଳ ପ୍ରଦର୍ଶନୀ କରଯାଇଥିଲା। ଏହି ପ୍ରଦର୍ଶନୀ କରିବାର ଉଦ୍ଦେଶ୍ୟ ହେଉଛି ଛାତ୍ର ଛାତ୍ରି ମାନଙ୍କ ମଧ୍ୟରେ ଆମ ପରମ୍ପରା ଏବଂ ସଂସ୍କୃତିକୁ ନେଇ ସଚେତନ କରାଇବା ଏବଂ ତାଙ୍କ ଭିତରେ ଏକତାର ଭାବ ଜାଗ୍ରତ କରାଇବା। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶ୍ରୀ ସୁଶାନ୍ତ ମହାପାତ୍ର , ଅଗ୍ରୱାଲ ମହାସଭାର ସଭାପତି, ମାରୱାଡି ୟୁବାମଞ୍ଚର ସଭାପତି, ଜେ. ସି. ଆଇ ସଭାପତି ପ୍ରମୁଖ ଅତିଥି ରୂପେ ଯୋଗଦେଇ ପ୍ରଦର୍ଶନୀ ର ଉଦଘାଟନ କରିଥିଲେ। ଏହି ବିଦ୍ୟାଳୟର ଭାଇସ ପ୍ରିନସିପାଲ ପଦ୍ମନାଭ ପାଠୀ, ବିଦ୍ୟାଳୟର ଶିକ୍ଷକ ଧର୍ମେନ୍ଦ୍ର ନାଏକ, ରଜନୀ ରାଣୀ ପାତ୍ର, ପ୍ରେମଶିଳା ସିଂହ ପ୍ରମୁଖ ଏହି କାର୍ଯ୍ୟକ୍ରମ ର ପରିଚାଳନା କରିବାରେ ସାହାଯ୍ୟ କରିଥିଲେ।