ସ୍ୱାଭିମାନର ପର୍ବ  ‘ନୂଆଖାଇ’

ମ.ରାମପୁର/କ୍ରାନ୍ତି କ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ଗତ କାଲି ସମଗ୍ର ଭାରତ ବର୍ଷର ଗ୍ରାମ ରୁ ସହର ଓ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ହର୍ଷ ଉଲ୍ଲାସରେ ପାଳିତ ହୋଇଛି। ଆଜି ପଞ୍ଚମୀ ତିଥିରେ ବିଶେଷ କରି ପଶ୍ଚିମ ଓଡ଼ିଶା ରେ ନୂଆ ଖାଇ ପର୍ବ ଆନନ୍ଦ ରେ ପାଳନ ହୋଇଆସୁଛି। କଳାହାଣ୍ଡି ଜିଲ୍ଲାର ଗଡଜାତ ଅଞ୍ଚଳ ଛାଡ଼ିଦେଲେ ବାକି ସବୁ ଅଞ୍ଚଳରେ ସମସ୍ତେ ନିଜ ନିଜ ପରିବାର ଓ ସମାଜ ସହିତ ନବାନ୍ନ ଗ୍ରାମ ର ଦେବା ଦେବୀ ଓ ଘର ଇଷ୍ଟ ଙ୍କୁ ଶୁଭ ଲଗ୍ନରେ ଅର୍ପଣ କରି ସମସ୍ତେ ଗୋଟିଏ ସ୍ଥାନରେ ବସି ଥାଆନ୍ତି ଏବଂ ପରିବାର ର ବୟଜେଷ୍ଠ ମୁରବି ଦେବ।ଦେବୀ ଓ ନିଜ ଇଷ୍ଟ ଦେବତାଙ୍କୁ ଅର୍ପଣ ହୋଇଥିବା ନୂଆ ଧାନ ର ଚୁଡ଼ା କୁ ସମସ୍ତଙ୍କୁ ଖାଇବା ପାଇଁ ଦିଅନ୍ତି। ନୂଆ ଖାଇ ସାରିବା ପରେ ଦେବାଦେବୀ ଙ୍କୁ ମୁଣ୍ଡିଆ ମାରିବା ପରେ ସମସ୍ତେ ସମସ୍ତଙ୍କୁ ନୂଆଖାଇ ଜୁହାର କରିଥାନ୍ତି। କିଛି ଗାଁ ରେ ଗ୍ରାମ ର ସମସ୍ତେ ଗୋଟିଏ ସ୍ଥାନରେ ନୂଆ ଖାଇଥାନ୍ତି। ରାମପୁର ରେ ମଧ୍ୟ କିଛି ପରିବାର ଗୋଟିଏ ଜାଗାରେ ସମସ୍ତେ ଏକତ୍ରିତ ହୋଇ ନୂଆଖାଇ ଥାଆନ୍ତି। ସେହି ପରି କୁସୁମ ନଗର ସ୍ଥିତ ଶ୍ରୀ ଜଗନ୍ନାଥ ସାହୁ ଓ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ପରିବାର ଅଞ୍ଚଳ ପାଇଁ ଉଦାହରଣ। ବାପା ଙ୍କ ପରେ ଅଦ୍ୟାବଧି ଏକତ୍ରିତ ହୋଇ ଛଅ ଭାଇ ଙ୍କ ପରିବାର ୩୫ ଜଣ ଗୋଟିଏ ସ୍ଥାନ ରେ ନୂଆଖାଇ ଆସୁଛନ୍ତି।
ନୂଆଖାଇ ହେଉଛି କୃଷିଭିତ୍ତିକ ଓ ଭାଇ ଚାରା ର ଗଣପର୍ବ।