କୋକସରା/କ୍ରାନ୍ତି କ୍ଷେତ୍ର ନ୍ୟୁଜ୍ : କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ସରିବା ପରେ ଯୋର ସୋରରେ ଆରମ୍ଭ ହୋଇଯାଇଛି ଭେଟଘାଟ କାର୍ଯ୍ୟକ୍ରମ। ଏହି କ୍ରମରେ କୋକସରା ବ୍ଳକର ବିଭିନ୍ନ ସ୍ଥାନରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ଳକର ଗମ୍ଭାରୀଗଡାଠାରେ ଆମ୍ବେଦକର ବୁଦ୍ଦିଷ୍ଟ ସୋସାଇଟି ଯୁବଗୋଷ୍ଠୀଙ୍କ ପ୍ରୟାସରେ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ତରଣୀସେନ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।, ଡ.ଚିନ୍ମୟ ମହାନନ୍ଦ ମୁଖ୍ୟବକ୍ତା, ବାଗସିଂ ମାଝୀ, ଚିନ୍ତାମଣି ପଟେଲ, ଉଦେନାଥ ବାଗ, କମଳ ମଙ୍ଗରାଜ, ରମାକାନ୍ତ ମହାନନ୍ଦ, ଭାରତୀ ମହାନନ୍ଦ, ଯୋଦ୍ଧା ସୁନାନୀ, ଜହରଲାଲ ମହାନନ୍ଦ, ସୁରେନ୍ଦ୍ର ମହାନନ୍ଦ, ଭୁଜବଲ ଗହିର, ନରେନ୍ଦ୍ର ମହାନନ୍ଦ, ତୋଫାନ ଦୁର୍ଗା, ପରିକ୍ଷିତ ଦୁର୍ଗା, ପୁରୁଷୋତ୍ତମ ମହାନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି କ୍ରମରେ ହାଣ୍ଡିଫୁଟା, ମ୍ୟୁଜିକ ଚ୍ୟାୟାର, ନୃତ୍ୟ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ଏବଂ ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିଗ୍ରହଣ କରିଥିବା ପୁଅ ଝିଅ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ମଞ୍ଚ କୁ ଦୁଷ୍ମନ୍ତ ଗହିର ପରିଚାଳନା କରିଥିବା ବେଳେ ଗଣେଶ ସୁନାନୀ, ଭୂପେନ୍ଦ୍ର ମହାନନ୍ଦ, ଗୋପୀନାଥ ମହାନନ୍ଦ, ରୋହିତ ମହାନନ୍ଦ, ଅକ୍ଷୟ ଗହୀର, ସୁଶାନ୍ତ ଦୁର୍ଗା ପ୍ରମୁଖ ସହଯୋଗ କରିଥିଲେ।
ସେହିପରି ଭୂର୍ଷାଗୁଡାରେ ସ୍ବାମୀ ବିବେକାନନ୍ଦ ଯୁବ ସଂଘ ପକ୍ଷରୁ ମଧ୍ୟ ନୂଆଁଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ପୂର୍ବରୁ ଗ୍ରାମର ବିଦ୍ୟାର୍ଥୀମାନଙ୍କୁ ନେଇ ବିଭିନ୍ନ ଖେଳ ଯଥା ପୁଚି, ମ୍ୟୁଜିକ୍ ବଲ୍, ମ୍ୟୁଜିକ୍ ଚେୟାର୍, ବାଟି ଚାମଚ ଖେଳ, ସାଧାରଣ ଜ୍ଞାନ, ସଂଗୀତ, ବକ୍ତୃତା, ନୃତ୍ୟ ଓ ହାଣ୍ଡି ଫଟା ଆଦି ପ୍ରତିଯୋଗିତା ଆୟୋଜନ ହୋଇଥିଲା। ପ୍ରତିଯୋଗିତାରେ କୃତି ବିଦ୍ଯାର୍ଥୀଙ୍କୁ ଭେଟ୍ ଘାଟ୍ କାର୍ଯ୍ୟକ୍ରମରେ ଗ୍ରାମର ଭଦ୍ରବ୍ଯକ୍ତି ଓ ସଂଘ କର୍ମକର୍ତ୍ତାଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ଉପସଭାପତି ଟଙ୍କଧର ନାଏକ, ନକୁଲ ନାଏକ, ରାଜମୋହନ ଧ. ମାଝୀ, ଟିକେଶ୍ବର ନାଏକ ପ୍ରମୁଖ ଯୋଗଦେଇଥିଲେ। କମିଟି ସଭାପତି ପାରେଶ୍ବର ବାଣୁଆ, ସଂପାଦକ ଭଗତ୍ ରାମ୍ ମାଝୀ, ସ୍ବାମୀ ବିବେକାନନ୍ଦ ଯୁବ ସଂଘ ସଭାପତି ଶିବାନ ମାଝୀ, ପୂଜା କର୍ତ୍ତା ଲବ ମାଝୀ ଓ ତାଙ୍କ ଧର୍ମପତ୍ନୀ ଚମ୍ପା ମାଝୀ ସହଯୋଗ କରିଥିଲେ। ଜିତେନ୍ଦ୍ର କୁମାର ଠାକୁର ମଞ୍ଚ ପରିଚାଳନା କରିଥିବାବେଳେ କୋଷାଧ୍ୟକ୍ଷ ଗୋବର୍ଦ୍ଧନ ନାଏକ ଧନ୍ୟବାଦ ବାର୍ତ୍ତା ପ୍ରଦାନ କରିଥିଲେ।