ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ସ୍ଥାନୀୟ ଷ୍ଟାଡିୟମ ପରିସରରେ ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟରେ କ୍ରୀଡା ଦିବସ ଅବସରରେ କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା। ବୈଠକ ରେ ଜିଲ୍ଲାର ପ୍ରାକ୍ତନ କ୍ରୀଡାବିତ୍ ଯୋଗ ଦେଇଥିଲେ। ଉକ୍ତ ସଭାରେ ଜିଲ୍ଲାର ବରିଷ୍ଟ ପ୍ରାକ୍ତନ କ୍ରୀଡାବିତ୍ ନଗେନ୍ଦ୍ର ପଟ୍ଟନାୟକ, ବିପିନ୍ ଗନ୍ତାୟତ, ଚିତ୍ତରଞ୍ଜନ ପଟ୍ଟନାୟକ ଏବଂ ପ୍ରଶାନ୍ତ ବେହେରା ପ୍ରମୂଖଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବରିଷ୍ଟ ଫୁଟବଲ୍ କ୍ରୀଡାବିତ୍ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ୍ ଖେଳ ଅନୁଷ୍ଠିତ ହୋଇଥିଲା। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କ୍ରୀଡା ସଂଘର ଉପ ସଭାପତି ଏମ. ବାଲା କୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ୍ ସମ୍ପାଦକ ଅଶୋକ ନାୟକ, ବରିଷ୍ଠ ସଦସ୍ୟ ଶଶାଙ୍କ ଶେଖର ବେହେରା ସମେତ ଜିଲ୍ଲାର ଅନେକ ବରିଷ୍ଟ ଏବଂ କନିଷ୍ଟ କ୍ରୀଡାବିତ୍ ଉପସ୍ଥିତ ଥିଲେ।