ଜୀବନ ଜ୍ୟୋତି ପରିଷଦ ପକ୍ଷରୁ ନୂଆଖାଇ ଭେଟଘାଟ

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ଜୀବନ ଜ୍ୟୋତି ପରିଷଦ, ଅଁଳାପାଲି “ଆନୁକୂଲ୍ୟରେ, ସ୍ଥାନୀୟ କେନାଲ ପଡାଠାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। “ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ”, ଏହି ଆଦର୍ଶ କୁ ପାଥେୟ କରି ଡ଼ମ୍ବ,ତେଲି,ମାଳି, ଭଣ୍ଡାରୀ, ଧୋବା ଆଦି ଜାତିଙ୍କ ସମ୍ମିଶ୍ରଣ ରେ ରାଧାକୃଷ୍ଣ ମନ୍ଦିର ରେ କୃଷିଭିତ୍ତିକ ତଥା ଭାଇଚାରା ର ମୁଖ୍ୟ ସ୍ରୋତ ନୂଆଖାଇ ପର୍ବ ପାଳନ କରାଯାଇଥିଲା। ନୂଆଖାଇ ଭେଟଘାଟ ଉପଲକ୍ଷେ ସାଇ ଭଜନ ଆସର,ପାରମ୍ପରିକ ଲୋକକଳା ର ବିକାଶ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରତିଯୋଗିତା ଗୁଡିକ ଆୟୋଜନ କରାଯାଇଥିଲା ଏବଂ ଅଭିନେତା, ଅଭିନେତ୍ରୀମାନଙ୍କୁ ପ୍ରଶଂସା ପତ୍ର ସହ କୃତିପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ଗିରି ଗୋବର୍ଦ୍ଧନ ଉଚ୍ଚ ବିଦ୍ୟାପୀଠ କେନ୍ଦୁବନ୍ଧର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନନ୍ଦକିଶୋର ସାହୁ,. ମୁଖ୍ୟ ଅତିଥି ଭାବେ ଟିକେଶ୍ବର ସାହୁ, ସମ୍ମାନିତ ଅତିଥି ଭାବେ ଉଦେ ମାଝୀ, ଗରୁଡ ସାହୁ, ଶଶିଭୂଷଣ ସାହୁ ପ୍ରମୁଖ ଏକତ୍ ପବିତ୍ର ନବାନ୍ନ ଭକ୍ଷଣ ର ମହତ୍ୱ,ଗ୍ରାମ୍ୟ କଳା ର ବିକାଶ, ସଂସ୍କାର ଓ ସଂସୃତି, ଗଣେଶ ପୂଜାର ମହତ୍ୱ, ନାରୀ ଜାଗରଣ ଓ ନିଶା ନିବାରଣ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ “ସୂର୍ପଣଖା ର ନାଶା କର୍ଣ୍ଣ ଛେଦନ”ରେ ଶ୍ରୀରାମ ଭୂମିକାରେ ଡମ୍ବରୁଧର ସାହୁ, ସୀତା ପ୍ରଦୀପ ବାଗ, ଲକ୍ଷ୍ମଣ ସଚ୍ଚିଦା ସାହୁ ଓ ସୂର୍ପଣଖା ଲକ୍ଷ୍ମୀକାନ୍ତ ସାହୁ ଅଭିନୟ କରି ଦର୍ଶକ ଓ ଶ୍ରୋତାଗଣଙ୍କୁ ମୁଗ୍ଧ କରିଥଲେ। ଅନୁଷ୍ଠାନ ର ସଭାପତି ଲକ୍ଷ୍ମଣ ସାହୁ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଖଗେନ୍ଦ୍ର ସାହୁ। ସମସ୍ତ ସଭ୍ୟ ସଭ୍ୟା ସମ୍ପୂର୍ଣ ସହଯୋଗ କରିଥିବା ବେଳେ ସମ୍ପାଦକ ଯୋଗୀମତ ଜାଲ ଶେଷକୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।