ଯୁବଗୋଷ୍ଠୀଙ୍କ ନୁଆଁ ଖାଇଭେଟଘାଟ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ପବିତ୍ର ଗଣେଶ ପୂଜା ସବୁ ଅଞ୍ଚଳ ରେ ମହାଆଡମ୍ବର ପାଳିତ ହୋଇଥିବା ବେଳେ ଅଞ୍ଚଳ ରେ ନୁଆଁଖାଇ ପର୍ବ ମଧ୍ୟ ପାଳିତ ହୋଇଯାଇଛି। ଏହି କ୍ରମରେ ଭାଇଚାରା ଏବଂ ସୁସମ୍ପର୍କ ବଜାୟ ରଖିବା ପାଇଁ ବିଭିନ୍ନ ଗାଁ ରେ ପାଳିତ ହୋଇଥିବା ଗଣେଶ ପୂଜା ରେ ପ୍ରଭୁ ଗଣେଶ ଙ୍କୁ ଦର୍ଶନ କରି ଆଶ୍ରିବାଦ ଭିକ୍ଷା କରି ପେଣ୍ଡାଲ ବୁଲିଛନ୍ତି ଯୁବଗୋଷ୍ଟି।ଏହି ଭଳି ସୁସମ୍ପର୍କ ଏବଂ ଭାଇଚାରା କୁ ବଜାୟ ରଖିବାକୁ ବିଭିନ୍ନ ଗଣେଶ ପେଣ୍ଡାଲ କୁ ଗସ୍ତ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତର ଯୁବଗୋଷ୍ଟି। କୁଟ୍ରିଛାପର ପଞ୍ଚାୟତ ର ବିଜେପି ସଭାପତି ଦଶରଥ ସାନ୍ତା ଙ୍କ ନେତୃତ୍ୱ ରେ ପଞ୍ଚାୟତ ର କାର୍ଯ୍ୟକର୍ତ୍ତା ସହ ଯୁବଗୋଷ୍ଟି ଗଣେଶ ପେଣ୍ଡାଲ ମାନଙ୍କ ରେ ଗସ୍ତ କରିଛନ୍ତି। କୁଟ୍ରିଛାପର ପଞ୍ଚାୟତର ପାଇକସାହି, ମାଣ୍ଡିଆଡୁସି, ଗୌଡ଼ଗୁଡା, ଚିକିଲି, କଲେଗାଁ, ବାଣୁଆ ସାହି ଆଦି ଗ୍ରାମରେ ର ହୋଇଥିବା ପବିତ୍ର ଗଣେଶ ପୂଜା ପେଣ୍ଡେଲ ମାନଙ୍କ ରେ ଯୋଗଦାନ କରି ଗଜାନନ ଙ୍କ ଆଶ୍ରିବାଦ ନେବା ସହ ସ୍ଥାନୀୟ ଲୋକଙ୍କ ସହିତ ନୁଆଁଖାଇ ଭେଟଘାଟ କରିଛନ୍ତି।ତେବେ ଏହି କାର୍ଯ୍ୟକ୍ରମ ରେ କୁଟ୍ରିଛାପର ପଞ୍ଚାୟତର ଧନସିଂ ଗୌଡ଼, ମାଧବ ମାଝୀ, ନରସିଂ ପୂଜାରୀ, ରାମ ସାନ୍ତା, ବିରେନ୍ଦ୍ର ପାଣ୍ଡେ, ଜଳନ୍ଦର ହରିଜନ, କୁମ ଜାନି ପ୍ରମୁଖ ଥିଲେ।