ମଦନପୁର ରାମପୁର/କ୍ରାନ୍ତି କ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲାର ଜୟପାଟଣା ଓ ନର୍ଲାକୁ ସରକାର ଏନ୍ଏସି ଘୋଷଣା କରିଥିବାବେଳେ ଏମ୍ ରାମପୁର ଏଥିରୂ ବାଦ୍ ପଡିଛି। ପୂର୍ବ ସରକାର ଏମ୍ ରାମପୁର କୁ ଭୈଗଲିକ ଦୃଷ୍ଟି କୋଣରୁ ଦେଖି ଏନ୍ଏସି ଘୋଷଣା କରିଥିଲେ। ହେଲେ ବର୍ତ୍ତମାନର ସରକାର ପ୍ରଥମ ପର୍ଯ୍ୟାୟରେ ୧୨ ଗୋଟି ଓ ଦ୍ଵିତୀୟ ପର୍ଯ୍ୟାୟରେ ରବିବାର ସରକାର ୭ଗୋଟି ଏନ୍ଏସି ଘୋଷଣା କରିଛନ୍ତି। ହେଲେ ସେଥିରୁ ଏମ୍ ରାମପୁର ବାଦ୍ ପଡିଛି। ଫଳରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଏମ୍ ରାମପୁର କୁ ଏନ୍ଏସି ଓ ରାଜସ୍ବ ସବ୍ ଡିଭିଜନ ମାନ୍ୟତା ଦାବି କରିଛନ୍ତି। ଯେହେତୁ ଏମ୍ ରାମପୁରରେ ପୂର୍ତ୍ତ ବିଭାଗ ସବଡିଭିଜନ, କ୍ଷୁଦ୍ର ଜଳସେଚନ ବିଭାଗ ସବଡିଭିଜନ, ଉଠାଜଳସେଚନ ସବଡିଭିଜନ, ଉତେଇ ଜଳସେଚନ ବିଭାଗ ସବଡିଭିଜନ, କେନ୍ଦୁଲିପ ସବଡିଭିଜନ, ଜେଏମଏଫସି କୋର୍ଟ, ସବଜେଲ ରହିଛି। ଏହାକୁ ନେଇ ଏମ୍ ରାମପୁରବାସୀ ଆସନ୍ତା ୪ ତାରିଖ ଦିନ ଏମ୍ ରାମପୁର ବନ୍ଦ ଡାକରା ଦେଇଛନ୍ତି। ଯଦି ଆଗାମୀ ଦିନରେ ଏମ୍ ରାମପୁର କୁ ଏନ୍ ଏ ସି, ରାଜସ୍ବ ସବ୍ ଡିଭିଜନ ମାନ୍ୟତା ଦିଆ ନଗଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ରୋମାଞ୍ଚ ସାହୁ, ବିକାଶ ରଞ୍ଜନ ସିଂହ ଦେଓ ନାଗରିକ ମଞ୍ଚର ଚିରାଗ ସିଂହ ଦେଓ, ବରିଷ୍ଠ ଆଇନଜୀବି ସପନ କୁମାର ପଟ୍ଟନାୟକ, ହିରେନ୍ଦ୍ର ପ୍ରତାପ ସିଂହ ଦେଓ,ଚମରା ବଗର୍ତ୍ତି, ଭଗବାନ ଭୋଇ, ନାରୀନେତ୍ରୀ ସଂଯୁକ୍ତା ପୁରୋହିତ, ପ୍ରମୁଖ ଚେତାବନୀ ଦେଇଛନ୍ତି।
ମ, ରାମପୁର କଳାହାଣ୍ଡି ଉଦ୍ଧବ ପଣ୍ଡା