କେସିଙ୍ଗା/କ୍ରାନ୍ତିକ୍ଷେତ୍ରନ୍ୟୁଜ(ମଧୁସୂଦନଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନାରେ ଗତକାଲି ନୂତନ ଥାନା ଅଧିକାରୀ ଭାବରେ ଜିତେନ୍ଦ୍ର କୁମାର ବିଶ୍ଵାଳ ଯୋଗ ଦେଇଛନ୍ତି।ତାଙ୍କ ଆଗରୁ ଥିବା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ରଙ୍କୁ ଭବାନୀପାଟଣା ଟାଉନ ଥାନାକୁ ବଦଳି ହେବାପରେ ଲାଞ୍ଜିଗଡ ଥାନାରେ ଅଧିକାରୀ ଥିବା ଶ୍ରୀ ବିଶ୍ଵାଳଙ୍କୁ କେସିଙ୍ଗାକୁ ବଦଳି କରାଯାଇଛି।ଶ୍ରୀ ବିଶ୍ଵାଳ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କେସିଙ୍ଗାରେ ଚୋରା ନିଶା କାରବାର, ଟ୍ରାଫିକ ନିୟମ ମାନୁଥିବା ଅମାନିଆ ଗାଡ଼ି ଚାଲକ, ଚୋରା ବାଲି ଚାଲାଣ କାରୀଙ୍କ କବଳରୁ କେସିଙ୍ଗାରୁ ମୁକ୍ତ କରାଯିବ ବୋଲି ପ୍ରକାଶ କରିଥିଲେ ଓ ଚୋରି ଅପରାଧ ଓ ନିଶା ମୁକ୍ତ କେସିଙ୍ଗା କରିବାରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ। ଏଠାରେ ପ୍ରକାଶ ଥାଉକି ବର୍ତ୍ତମାନ କେସିଙ୍ଗା ଆଦର୍ଶ ଥାନାର କାର୍ଯ୍ୟରତ ପ୍ରାୟ ସବୁ ଅଧିକାରୀ ନୂତନ ଭାବରେ ଯୋଗଦାନ କରିଛନ୍ତି ।ଜଣେ ଦୁଇଜଣ ଅଧିକାରୀଙ୍କୁ ଛାଡିଦେଲେ ପ୍ରାୟ ସମସ୍ତ ପୁରୁଣା ଅଧିକାରୀ ମାନଙ୍କୁ ଅନ୍ୟତ୍ର ବଦଳି ହୋଇଛି।