ପ୍ଲାଟଫର୍ମ ୪ରେ ଆଉ ଚାରିଟି ଟ୍ରେନ ରହଣୀ ପାଇଁ କେସିଙ୍ଗା ବିଜେପି ପକ୍ଷରୁ ଅନୁରୋଧ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ ( ମଧୁସୂଦନ ଠାକୁର) : ଗତ ୨୯ ତାରିଖରେ ଭୁବନନେଶ୍ୱର ଠାରେ ହୋଇଥିବା ରେଳ ବିଭାଗ ର ଜେଡ ଆର ସି ସି ବୈଠକ ରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ସେଠ ଯୋଗଦେଇ କେସିଙ୍ଗା ରେଲ ଷ୍ଟେସନ ର ବିଭିନ୍ନ ସମସ୍ୟା ବିଷୟରେ ଚର୍ଚା କରିଥିଲେ। ଫଳସ୍ୱରୁପ ଗତ କାଲି ସମ୍ବଲପୁର ରେଳ ଡିଭିଜନ ର ସି ଆଇ ସତ୍ୟବ୍ରତ ସେଠ ଙ୍କୁ କେସିଙ୍ଗା ରେଳ ଷ୍ଟେସନ ରେ କେସିଙ୍ଗା ବିଜେପି ର ଆଗଧାଡିର କର୍ମୀ ଓ ରେଳ ଯାତ୍ରୀ ସଂଘ ର କାର୍ଯ୍ୟକର୍ତା ମାନେ ସି ଆଇ ଙ୍କ ସହ ଏକ ବୈଠକ ରେ କେସିଙ୍ଗା ରେଳ ଷ୍ଟେସନ ବିଷୟରେ ବିଭିନ୍ନ ପ୍ରକାରର ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହି ବୈଠକ ରେ ପ୍ଲାଟଫର୍ମ ୪ ରେ ଆଗରୁ ୬ ଗୋଟି ଟ୍ରେନ ରହୁଣି ର ବ୍ୟବସ୍ଥା ଥିଲାବେଳେ ଆଉ ୪ ଗୋଟି ଟ୍ରେନ ରହୁଣି ପାଇଁ ବ୍ୟବସ୍ଥା କରାଯାଉ ବୋଲି ସି ଆଇ ଙ୍କୁ ଅନୁରୋଧ କରାଗଲା। ଟ୍ରେନ ନମ୍ବର ୧୨୮୦୭ ସମତା ଏକ୍ସପ୍ରେସ୍ , ୧୮୫୩୦ ବିଶାଖାପାଟମ ଦୁର୍ଗ ଏକ୍ସପ୍ରେସ୍ ,୧୩୩୫୨ ଏଲେପି ଧନବାଦ ଓ ୧୨୮୪୩ ପୁରୀ ଦୁର୍ଗ ଏକ୍ସପ୍ରେସ୍ ଗାଡି ର ରହୁନି ପ୍ଲଟଫର୍ମ ୦୪ ରେ ରହିବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଥିଲା। ଅନୁରୋଧ ପରେ ସର୍ବ ମୋଟ ୧୦ ଗୋଟି ଗାଡି ପ୍ଲାଟଫର୍ମ ନମ୍ବର ୪ ରେ ରହିବାର ବ୍ୟବସ୍ଥା କରାଯିବ ବୋଲି ସି ଆଇ ଆଶ୍ଵାସନ ଦେଇଥିଲେ। ଏହି ବୈଠକ ରେ କେସିଙ୍ଗା ରେଳ ବିଭାଗ ସି ଆଇ ରୋହିତ ମହାଲିଙ୍ଗ, ଏସ ଏମ ଡି କେ ରାଉତ, ବିଜେପି ପୂର୍ବତନ ସଭାପତି ମଗନ ସିନ୍ଦୁର , ପ୍ରଶାନ୍ତ ବାନାର୍ଜୀ, ଉପ ସଭାପତି ପ୍ରୀତେଶ ପଟେଲ ,ସୁନୀଲ ଜୈନ ଓ ବିମଲ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *