କାଶୀପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଅଞ୍ଜନ କୁମାର ନାଏକ):ରାଜ୍ୟ ବ୍ୟାପୀ ସେପ୍ଟେମ୍ବର ୧ କୁ ଡ୍ରାଇଭର ଦିବସ ରୂପେ ପାଳନ କରାଯାଉଥିବା ବେଳେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ମଧ୍ୟ ଡ୍ରାଇଭର ଦିବସ ପାଳନ କରାଯାଇଛି। ପ୍ରାୟ ତିନି ବର୍ଷ ହେବ କାଶୀପୁର ସଦର ସ୍ଥିତ ଶତାଧିକ ଡ୍ରାଇଭର ମାନେ ଏକାଠି ହୋଇ ସେପ୍ଟେମ୍ବର ୧ ତାରିଖକୁ ନାଚ ଗୀତ ସହ ବହୁ ଆଡମ୍ବରରେ ଡ୍ରାଇଭର ଦିବସ ରୂପେ ପାଳନ କରୁଥିବା ପରିଲକ୍ଷିତ ହେଉଛି।
ଚଳିତ ବର୍ଷ ଏହି ଦିବସରେ ମଧ୍ୟ କାଶୀପୁର ବ୍ଲକ ଡ୍ରାଇଭର ସଂଘ ତରଫରୁ ନାଚ ଗୀତ ହେବା ସହ କେକ୍ କାଟି ଡ୍ରାଇଭର ଦିବସକୁ ଡ୍ରାଇଭର ମାନେ ଏକ ଉତ୍ସବ ରୂପ ଦେଇଥିବା ଦେଖିବାକୁ ମିଳିଥିଲା।ମୁଖ୍ୟ ବିଷୟ ହେଲା ଡ୍ରାଇଭର ମାନେ ଦୌନିକ ୨୪ ଘଣ୍ଟା ସରକାର ଓ ଜନସାଧାରଣଙ୍କ ସେବାରେ ତତ୍ପର ରୁହନ୍ତି କିନ୍ତୁ ଡ୍ରାଇଭର ଭାଇଙ୍କ ହକ ଅଧିକାର ପ୍ରସଙ୍ଗରେ ସରକାର ମୁହଁ ମୋଡି ଦେଉଛି। ଅଚାନକ ଦୁର୍ଘଟଣା ରେ ଜନସାଧାରଣ ମଧ୍ୟ ଡ୍ରାଇଭରଙ୍କୁ କ୍ଷତି ପହଞ୍ଚାଉଥିବା ଏକ ସାଧାରଣ ଘଟଣା ପାଲଟିଯାଇଛି। ତେଣୁ ଲୋକେ ଏହି ଭଳି ପରିସ୍ଥିତି ରେ ଡ୍ରାଇଭର ଭାଇଙ୍କୁ ସହଯୋଗ କରନ୍ତୁ ଓ ଡ୍ରାଇଭରଙ୍କ ହକ ଅଧିକାର ଦାବୀ ପ୍ରସଙ୍ଗରେ ଜନସାଧାରଣ ମଧ୍ୟ ସହଯୋଗ କରନ୍ତୁ ଏବଂ ଡ୍ରାଇଭର ମାନେ ମଧ୍ୟ ଯାନବାହାନ ଚାଳନା ବେଳେ ସାଧାରଣ ଧନ ଜୀବନର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଓ ଯତ୍ନବାନ ହେବେ, କୌଣସି ଡ୍ରାଇଭର ନିଶାସକ୍ତ ଅବସ୍ଥା ରେ ଯେମିତି ଯାନବାହାନ ଚଲେଇବେ ନାହିଁ ବୋଲି କାଶୀପୁର ବ୍ଲକ ଡ୍ରାଇଭର ସଙ୍ଘ ସଭାପତି ତଥା ରାୟଗଡା ଜିଲ୍ଲା ଡ୍ରାଇଭର ସଙ୍ଘ ଉପଦେଷ୍ଟା ଯୋଗୀ ଜୀବନ ନାଏକ ଡ୍ରାଇଭରଙ୍କୁ ସଚେତନ ଏବଂ ସରକାର ଓ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ କିଛି ବରିଷ୍ଠ ଡ୍ରାଇଭରଙ୍କ ସହ ନୀଳକଣ୍ଠ ନାଏକ , କୃଷ୍ଣ ନାଏକ, ପରୀକ୍ଷିତ ନାଏକ, ଧନ ମାଝୀ, ଚନ୍ଦ୍ର ଗୋପାଳ ଓ ଅନ୍ୟ ପ୍ରମୁଖଙ୍କ ସହ ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ।