ଜାତୀୟ କ୍ରିଡ଼ା ସମ୍ମିଳନୀ ; ଅଣ୍ଡର ୧୭ ବାଳିକା କ୍ରିକେଟ
କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ କେନ୍ଦ୍ରିୟ ବିଦ୍ୟାଳୟର ଛାତ୍ରୀ ସାନଭି ପ୍ରଜ୍ଞା ରାଉତ ଯାଦବ (ମାହି) ଅଲ୍ ଓଡ଼ିଶା କେନ୍ଦ୍ରୀୟ ବିଦ୍ୟାଳୟ, ଭୁବନେଶ୍ୱର ଟିମ୍ରେ ମନୋନୀତ ହୋଇଛନ୍ତି। ଯାହ ଅଞ୍ଚଳରେ ଗର୍ବ ଓ ଗୌରବ ଆଣିଦେଇଛି। ସୂଚନା ଯେ’ ୨୦୨୫-୨୬ ମସିହା ପାଇଁ ଦିଲ୍ଲୀଠାରେ ଆସନ୍ତା ଅକ୍ଟୋବର ୭ଠାରୁ ୧୧ ପର୍ଯ୍ୟନ୍ତ ଜାତୀୟ କ୍ରୀଡ଼ା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି କ୍ରିଡା ସମ୍ମିଳନୀରେ ୧୭ ବର୍ଷରୁ କମ୍ ବୟସ ବାଳିକା କ୍ରିକେଟ୍ରେ ଧର୍ମଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ସାନଭି ପ୍ରଜ୍ଞା ରାଉତ ଯାଦବ ଅଂଶଗ୍ରହଣ କରିବା ନେଇ ସୂଚନା ରହିଛି। ସାନଭି ପ୍ରଜ୍ଞା ପୂର୍ବରୁ କଳାହାଣ୍ଡି ଟିମ୍ ରେ ସାମିଲ ହୋଇ ରାଜ୍ୟ ସ୍ତରୀୟ ମହିଳା କ୍ରିକେଟ ପ୍ରତିଯୋଗିତାରେ ନିଜର କ୍ରିଡ଼ା ପ୍ରତିଭା ପ୍ରଦର୍ଶନ କରି ସାରିଛନ୍ତି। ଏବେ ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କ୍ରୀଡ଼ା ସମ୍ମିଳନୀରେ ୧୭ ବର୍ଷରୁ କମ୍ ବୟସ ବାଳିକା କ୍ରିକେଟ୍ରେ ଅଲ୍ ଓଡ଼ିଶା କେନ୍ଦ୍ରୀୟ ବିଦ୍ୟାଳୟ, ଭୁବନେଶ୍ୱର ଟିମ୍ରେ ମନୋନୀତ ହେବା ଖବର ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏବଂ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। କୋକସରା ବ୍ଳକ ମୁଷାପାଲି ଗ୍ରାମ ପଞ୍ଚାୟତ ଖପରାମାଲ ଗ୍ରାମର ଶିକ୍ଷକ ମୋହିତ କୁମାର ରାଉତ ଓ ରଶ୍ମିରେଖା ରାଉତଙ୍କ ଝିଅ ହେଉଛନ୍ତି ସାନଭି ପ୍ରଜ୍ଞା।