ଗ୍ରାମ ରୋଜଗାର ସେବକ ପଦବୀ ନିଯୁକ୍ତି ପାଇଁ ଆଶାୟୀଙ୍କ ଦାବି

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ରେ ଗ୍ରାମ ରୋଜଗାର ସେବକ ପଦବୀ ନିମନ୍ତେ ନବରଙ୍ଗପୁର ଜିଲ୍ଲାରେ ୧୫୬ ପୋଦବୀ ରହିଥିବା ବେଳେ ୪୪୮୨ଟି ଯୁବକ ଯୁବତୀ ଏକ ବର୍ଷ ପୂର୍ବେ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କୈଣସି ପ୍ରାର୍ଥୀନୀଙ୍କ ନାମ ସର୍ଟ ଲିଷ୍ଟେଡ କରାଯାଇନାହିଁ । ମାତ୍ର ଆଜକୁ ଠିକ ଏକ ବର୍ଷ ପୁରିଯାଇଥିଲେ ହେଁ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇନାହିଁ । ଫଳରେ ନିଯୁକ୍ତି ପାଇବା ନେଇ ଆଶାୟୀ ମାନଙ୍କର ଆଶା କ୍ରମଶଃ କ୍ଷୀଣ ହେବା ସହିତ ଘୋର ନୈରାଶ୍ୟ ଭାବ ପ୍ରକାଶ ପାଇଛି। ଫଳରେ ନବରଙ୍ଗପୁର ଜିଲ୍ଲାରେ ବହୁ ଆଶାୟୀ ପ୍ରାର୍ଥୀ ପ୍ରାର୍ଥୀନୀ ତୁରନ୍ତ ଚୂଡ଼ାନ୍ତ ମେରିଟ ଲିଷ୍ଟ ପ୍ରକାଶ କରିବା ସହ ନିଯୁକ୍ତି ପ୍ରଦାନ ପାଇଁ ପ୍ରଫୁଲ କୁମାର ଛତ୍ରୀୟା, ରାଜା ନାଗ,ଭାଗ୍ୟବନ୍ତ ଖରସେଲ,ନବ ହରିଜନ,ସଂଜିତା ହଳଧର,ରାଜେନ୍ଦ୍ର କୁମାର ନାୟକ,ସଂପଥ ଭତରା,ମନ ଚନ୍ଦ୍ର ଗୌଡ଼ଙ୍କ ସମେତ ଅନେକ ପ୍ରାର୍ଥୀ ଦାବିକରିଛନ୍ତି।