ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ମ.ରାମପୁରକୁ ଦିର୍ଘ ବର୍ଷରୁ ଏନ.ଏ.ସି ଘୋଷଣା ପାଇଁ ମ.ରାମପୁର ବାସୀ ଦାବି କରିଆସୁଥିଲେ ଏହାକୁ ନେଇ ତତ୍କାଳୀନ ନବିନ ସରକାର ନର୍ଲା,ମ.ରାମପୁର ଓ ଜୟପାଟଣାକୁ ଏନ ଏସି ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ମୋହନ ମାଝି ସରକାର କଳାହାଣ୍ଡି ଜିଲ୍ଲାର ମ.ରାମପୁରକୁ ବାଦ ଦେଇ ନର୍ଲା ଓ ଜୟପାଟଣାକୁ ଏନ.ଏ.ସି ଘୋଷଣା କରିଛନ୍ତି ଏହାକୁ ନେଇ ମ.ରାମପୁର ଜନଅସନ୍ତୋଷ ତେଜିବାରେ ଲାଗିଛି ବିଭିନ୍ନ ସ୍ଥାନରେ ବୈଠକ ମାନ କରି ଆଲୋଚନା କରୁଥିବା ବେଳେ ଆଜି ସେହି ପରି ମ.ରାମପୁର ବ୍ଲକକୁ ଧର୍ମଗଡ ବିଧାୟକ ସୁଧିର କୁମାର ପାଟଯୋଷି ଓ ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଗସ୍ତରେ ଆସି ମ.ରାମପୁର ବିଜେପି କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମ.ରାମପୁରକୁ ଏନ.ଏ.ସି ଘୋଷଣା ହେବ କୈାଣସି ନା କୈାଣସି କାଗଜାତର ଭୂଲ ରହିଛି ତତ୍କାଳୀନ ବିଜେଡି ସରକାର ଘୋଷଣା କରିଥିଲେ ମିଡିଆ ସାମନାରେ ହେଲେ ବିଜ୍ଞପ୍ତି ପ୍ରକାଶ ପାଇନଥିଲା ବୋଲି ନିଜ ପ୍ରତିକ୍ରିୟାରେ ବିଧାୟକ ଓ ଜିଲ୍ଲା ସଭାପତି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି। ୧୨ ଘଣ୍ଟିଆ ବନ୍ଦ ଡାକରାର କିଛି ଆବଶ୍ୟକତା ନାହିଁ ବୋଲି କହିଥିଲେ। ଏଥିରେ ମ.ରାମପୁର ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡା, ମୋହନ ଗିରି ମଣ୍ଡଳ ସଭାପତି ଖିଷ୍ଠଦତ ରାଉତ, ବରିଷ୍ଠ ବିଜେପି ନେତା ପ୍ରତାପ ବାଗ, ପଦ୍ମଲୋଚନ ମିଶ୍ର, ଦିବାକର ବାଗ, ଶ୍ରୀକାନ୍ତ ହୋତା,,ବିଜୟ କୁମାର ମହାଖୁଡ଼, ପ୍ରତାପ ଚନ୍ଦ୍ର ରଣା, ଦେବଦତ୍ତ ପ୍ରହରାଜ, ପ୍ରସାନ୍ତ କୁମାର ତ୍ରିପାଠୀ ମୋହନ୍ ମନହିରା, ରମେଶ ଚନ୍ଦ୍ର ମାଝୀ, ପ୍ରମୁଖ ଯୋଗ ଦେଇଥିଲେ।