ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: ବୁଧବାର ସଂଧ୍ୟା ୬ଟା ସମୟରେ ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ଅଡ୍ରୀ ଠାରେ ଏକ ବଡ ଅଘଟଣରୁ ଦୁଇ ଯୁବତୀଙ୍କ ସମେତ ଜଣେ ମହିଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଦେବଦୂତ ଭଳି ସେମାନଙ୍କୁ ଗାଁ ଲୋକଙ୍କ ସହାୟତାରେ ଜଣେ ଟ୍ରାକ୍ଟର ଡ୍ରାଇଭର ଉଦ୍ଧାର କରିଛନ୍ତି । ବୁଧବାର କାମ କରୁଥିବା ବେଳେ ବର୍ଷା ଆସିଥିଲା । ଏହି ବର୍ଷାରୁ ବର୍ତ୍ତିବା ପାଇଁ ୨ ଯୁବତୀ ଏବଂ ଜଣେ ମହିଳା ଅଡ୍ରୀ ନିକଟସ୍ଥ ଚାନ୍ଦଗିରୀ ନାଳ ପୋଲ ତଳେ ଆଶ୍ରୟ ନେଇଥିଲେ । କିନ୍ତୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପାହାଡିଆ ପାଣି ହଠାତ ଆସିଯାଇଥିଲା । ଦୁଇ ଯୁବତୀଙ୍କ ସମେତ ମହିଳା ଜଣକ ପାଣି ସ୍ରୋତରେ ଭାସିଯିବାର ଆଶଙ୍କା କରାଯାଉଥିଲା । ଏହି ସମୟରେ ସେହି ରାସ୍ତା ଦେଇ ଟ୍ରାକ୍ଟର ନେଇ ଯାଉଥିବା ଅଡ୍ରୀ ଗ୍ରାମର ଟ୍ରାକ୍ଟର ଚାଳକ ଡମୁ ମୁଦୁଲି ଯୁବତୀ ଏବଂ ମହିଳାଙ୍କ ଚିତ୍କାର ଶୁଣି ଅଡ୍ରୀ ଗ୍ରାମର ଲୋକଙ୍କୁ ଡାକିଥିଲେ ।ଏକ ଦୌଡି ସହାୟତାରେ ପୋଲ ତଳକୁ ଆସି ଦୁଇ ଯୁବତୀଙ୍କ ସମେତ ମହିଳାଙ୍କୁ ଉଦ୍ଧାର କରିଛନ୍ତି । ଦୁଇ ଯୁବତୀ ବଡ ବଫଲା ଗ୍ରାମର ହେଇଥିବା ବେଳେ ମହିଳା ଜଣକ ଅଡ୍ରୀ ଗ୍ରାମର ବୋଲି ସୂଚନା ମିଳିଛି ।
