ପୁରୁଣାଗୁମା ବିଦ୍ୟାଳୟରେ ପୁଷ୍ଟିକର ଖାଦ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପ୍ରୟୋଗଶାଳା ଅନୁଷ୍ଠିତ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: ଏସ୍ ବି ଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନର ମିଳିତ ସହଯୋଗରେ ଆଜି ଥୁଆମୂଳ ରାମପୁର ବ୍ଲକର ପୁରୁଣାଗୁମା ପ୍ରାଥିମିକ ବିଦ୍ୟାଳୟରେ ପୁଷ୍ଟିକର ଖାଦ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ଉପରେ ଗୋଟେ ପ୍ରୟୋଗଶାଳା ଆୟୋଜିତ ହେବାକୁ ହେଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ମିନତି ବିଡିକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ରାମକି ଫାଉଣ୍ଡେସନର ଚିକିତ୍ସକ ଡାକ୍ତର ବିମଳ କୁମାର ଷଡଙ୍ଗୀ ପୁଷ୍ଟିକର ଖାଦ୍ୟ କିପରି ଉତ୍ତମ ସ୍ୱାସ୍ଥ୍ୟ କିପରି ପିଲାମାନେ ନିଜକୁ ଗଢି ତୋଳିବେ ନିଜ ଭବିଷ୍ୟତ ଗଢିବେ ତା ଉପରେ ସେ ଆଲୋକପାତ କରିଥିଲେ। ଆଜିକାଲି ଛାତ୍ରଛାତ୍ରୀ ମାନେ କିପରି ଅଜାତୀୟ ଖାଦ୍ୟରୁ ନିଜକୁ ଦୂରେଇ ରଖିବେ ତା ଉପରେ ଗୁରୁତ୍ୱ ଦେଇଥିଲେ| ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଗଣ ସହଯୋଗ କରିଥିଲେ। ରାମକି ସଂସ୍ଥାର କଳାହାଣ୍ଡିର ମୁଖ୍ୟ ପ୍ରକଳ୍ପ ସଂଯୋଜକ ,ଭେଷଜ ବିତରକ ଜ୍ୟୋଷ୍ଣାରାଣୀ ବେହେରା , ନର୍ସ ପଙ୍କଜିନି ରଣା ,ଏଲ୍ ଟି ନିତୁ ନାୟକ, ପାଇଲଟ ନିରଞ୍ଜନ ହାତୀ ଏବଂ ଲିଙ୍ଗରାଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।ଏହିଭଳି ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ ସଚେତନତା ଶିବିର ରାମକି ଫାଉଣ୍ଡେସନ କରି ସମାଜ ଆଉ କଳାହାଣ୍ଡି ଅଂଚଳରେ ଲୋକଙ୍କ ସାଧାରଣ ଜୀବନ ଜୀବିକାକୁ ସୁଧରିବାରେ ମୁଖ୍ୟ ଭୂମିକା କରିଆସୁଛି। ଶେଷରେ ସହକାରୀ ଶିକ୍ଷକ ଅନିତା ସେଠି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *