ଏନ୍ଏସି ଘୋଷଣା ଓ ସବଡିଭିଜ ମାନ୍ୟତା ଦାବିରେ ମ, ରାମପୁର ସହର ବନ୍ଦ ଡାକରା

ମ. ରାମପୁର/କ୍ରାନ୍ତି କ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଓ ନର୍ଲା କୁ ଗତ ୩୧ ତାରିଖ ସରକାର ଏନ୍ ଏ ସି ଘୋଷଣା କରିଥିବା ବେଳେ ଏମ୍ ରାମପୁର ତାଲିକାରୁ ବାଦ୍ ପଡିଛି। ପୂର୍ବ ସରକାର ଏମ୍ ରାମପୁର କୁ ଭୈ।ଗଲିକ ଦୃଷ୍ଟି କୋଣରୁ ଦେଖି ଏନ୍ ଏ ସି ଘୋଷଣା କରିଥିଲେ। ହେଲେ ବର୍ତ୍ତମାନର ସରକାର ପ୍ରଥମ ପର୍ଯ୍ୟାୟରେ ୧୨ ଗୋଟ ଓ ଦ୍ଵିତୀୟ ପର୍ଯ୍ୟାୟରେ ୩୧ ତାରିଖ ସରକାର ୭ ଗୋଟି ଏନ୍ଏସି ଘୋଷଣା କରିଛନ୍ତି। ହେଲେ ସେଥିରୁ ଏମ୍ ରାମପୁର ବାଦ୍ ପଡିଛି।ଫଳରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତା ସହିତ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେଣୁ ଏମ୍ ରାମପୁର କୁ ଏନ୍ଏସି ଓ ରାଜସ୍ବ ସବ୍ ଡିଭିଜନ ମାନ୍ୟତା ଦାବି କରିଛନ୍ତି ଯେହେତୁ ଏମ ରାମପୁର ରେ ପୂର୍ତ୍ତବିଭାଗ ସବଡିଭିଜନ, କ୍ଷୁଦ୍ର ଜଳସେଚନ ବିଭାଗ ସବଡିଭିଜନ, ଉଠାଜଳସେଚନ ସବଡିଭିଜନ, ଉତେଇ ଜଳସେଚନ ବିଭାଗ ସବଡିଭିଜନ, କେନ୍ଦୁଲିପ ସବଡିଭିଜନ, ଜେଏମଏଫସି କୋର୍ଟ, ସବଜେଲ ,ସବଟ୍ରେଜରି ସବରେଜିଟ୍ରାର ରହିଛି ଏହାକୁ ନେଇ ଏମ୍ ରାମପୁରବାସୀ।ଏ ନେଇ ଏମ୍ ରାମପୁର ବନ୍ଦ ଡାକରା ମଧ୍ୟ ଦେଇଛନ୍ତି। ଯଦି ଆଗାମୀ ୧୫ ଦିନ ମଧ୍ୟରେ ରେ ଏମ୍ ରାମପୁର କୁ ଏନ୍ ଏ ସି, ରାଜସ୍ବ ସବ୍ ଡିଭିଜନ ମାନ୍ୟତା ଦିଆନଗଲେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିବେଶ କୁମାର ପଣ୍ଡା, ପୂର୍ବତନ ମ, ରାମପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ବାଗ, କିଶୋର ପ୍ରହରାଜ,ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ସିପିଆଇ ଏମ ଜିଲ୍ଲା ସମ୍ପାଦକ ସତ୍ୟ ଜିତ ଚାଟାର୍ଜୀ, ହିରେନ୍ଦ୍ର ପ୍ରତାପ ସିଂହ ଦେଓ, ଭାରତୀୟ ଜନତା ପାର୍ଟି ମଣ୍ଡଳ ସଭାପତି ଯାଜ୍ଞସେନ ପଣ୍ଡା , ପୂର୍ବତନ ମଣ୍ଡଳ ସଭାପତି ପ୍ରତାପ ରଣା,ଜାଗରଣ ମଞ୍ଚ ସଭାପତି ଚମରା ବଗର୍ତ୍ତି,ସମାଜ ସେବୀ ଚିରାଗ ସିଂହ ଦେଓ, ଆଦିବାସୀ ସଂଘ ବ୍ଲକ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ମାଝି , ସମାଜସେବୀ ଚିରାଗ ସିଂହ ଦେଓ, ବରିଷ୍ଠ ଆଇନଜୀବି ସତ୍ୟ ନାରାୟଣ ସାହୁ,, ଭଗବାନ ଭୋଇ, ନ, ପ୍ରମୁଖ ଯୋଗ ଦେଇ ଦୋକାନ ବଜାର ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସମ୍ପୂର୍ଣ ଖବର ଜାଣିବା ପାଇଁ ତଲେ ଥିବା  ଲିଙ୍କ କୁ ଟଚ୍ କରନ୍ତୁ ….. https://www.facebook.com/share/v/19dtb5paux/