କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ବାହାରୁ ଚକାଚକ୍ ଭିତରୁ ଫମ୍ପା ଏହା ହେଉଛି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ବିକଳ ଚିତ୍ର ।ବର୍ତ୍ତମାନ ରାଜ୍ୟରେ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ତିନି ମୌଳିକ ସୁବିଧା ଶିକ୍ଷା ,ସ୍ବାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ଭଳି ମନେ ହେଉଛି ।ରାସ୍ତା ଖାଲ ଢିପରେ ଭର୍ତ୍ତି ହୋଇଥିବା ବେଳେ ଶିକ୍ଷା ବ୍ୟବସ୍ଥା ର ଚିତ୍ର ନ କହିବା ଭଲ କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ଶ୍ରେଣୀ ଗୃହ ନାହିଁ ବୋଲି ଗଛ ମୂଳେ ବସି ପାଠ ପଢ଼ୁଛନ୍ତି ଛାତ୍ର ଛାତ୍ରୀ।କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ କେସିଙ୍ଗା ଅଞ୍ଚଳ ବ୍ୟତୀତ ନିକଟସ୍ଥ ତିନୋଟି ବ୍ଲକ ଓ ପଡ଼ୋଶୀ ଜିଲ୍ଲା ର ଟିଟଲାଗଡ ଅଞ୍ଚଳ ର ଲୋକେ ନିର୍ଭର କରିଥାନ୍ତି ।ହେଲେ ଏଠାକାର ସ୍ବାସ୍ଥ୍ୟ ସେବା ଓ ମେଡିକାଲ ର ଅବ୍ୟବସ୍ଥା କହିଲେ ନ ସରେ । ବାହାରୁ ଚକା ଚକ୍ ଦେଖାଉଥିବା ଏହି ସ୍ବାସ୍ଥ୍ୟ କେନ୍ଦ୍ର ଭିତରୁ ପୁରା ପୁରୀ ଭାବେ ଫମ୍ଫା ହୋଇପଡିଛି ।ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଡ଼ାକ୍ତର ନା ଅଛି ଭିତ୍ତି ଭୂମି ନାମକୁ ମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଓ ପି ଡି ରେ ରୋଗୀ ଠିଆ ହେବା ପାଇଁ ଜାଗା ହେଉନଥିବା ବେଳେ ଇନଡୋର ର ଅବସ୍ଥା ନ କହିଲେ ଭଲ।କେବେ ରକ୍ତ ଯାଞ୍ଚ କରିବା ମେସିନ ଖରାପ ହେଉଛି ତ କେବେ ଆଉ କଣ ଖରାପ ହେଉଛି।ବର୍ତ୍ତମାନ ପ୍ରାୟ ମାସେ ହେଲାଣି ଅଲ୍ଟ୍ରାସାଉଣ୍ଡ ମେସିନ ଖରାପ ହୋଇ ପଡ଼ିରହିଛି ଫଳରେ ଗର୍ଭବତୀ ମାଁ ଭଉଣୀ ମାନଙ୍କରେ ସମୟରେ ଅଲ୍ଟ୍ରାସାଉଣ୍ଡ ହୋଇ ପାରୁନାହିଁ କେସିଙ୍ଗା ରେ ସରକାରୀ ମେଡିକାଲ ବ୍ୟତୀତ ଆଉ ଦୁଇ ବେସରକାରୀ ମେଡିକାଲ ରେ ଅଲ୍ଟ୍ରାସାଉଣ୍ଡ ହେଉଛି ତାହାର ଫିଜ୍ ପୁଣି ୮୦୦ ରୁ ୧୦୦୦ ଟଙ୍କା ଅଯଥାରେ ଗରିବ ଲୋକମାନେ ଖର୍ଚ୍ଚାନ୍ତ ସହିତ ରୋଗୀ କୁ ଏ ମେଡିକାଲ ରୁ ସେ ମେଡିକାଲ ନେବାରେ ନାହିନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ପୁଣି ମେଡିକାଲ ରେ ଥିବା ଶୌଚାଳୟ କଥା ନ କହିଲେ ଭଲ । ଦୀର୍ଘ ଦିନରୁ ଏକ ବ୍ଲଡ ବ୍ୟାଙ୍କ୍ ଓ ଭଲ ସ୍ତ୍ରୀ ରୋଗ ଓ ପ୍ରସୂତି ଡାକ୍ତର ଙ୍କ ପାଇଁ ଅଞ୍ଚଳ ବାସି ଦାବି କରି ଆସିଥିଲେ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ ଅନ୍ଧ ଧୃତରାଷ୍ଟ୍ର ପାଲଟିଛି । ଦୀର୍ଘ ବର୍ଷ ହେଲାଣି ଔଷଧ ବିଶେଷଜ୍ଞ ଡାକ୍ତର ପଦ ଖାଲି ପଡ଼ିଛି କେବଳ କିଛି ଏମ ବି ବି ଏସ ଙ୍କ ଭରସା ରେ ଚାଲିଛି ରୋଗୀ ସେବା ।ଭଗବାନ ଭରସାରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ ବର୍ତ୍ତମାନ ଶୁଣିବାକୁ ମିଳୁଛି ପ୍ରାୟ ୩ କୋଟି ରୁ ଉର୍ଦ୍ଧ ଟଙ୍କା ବିନିମୟ ରେ ସ୍ବାସ୍ଥ୍ୟ କେନ୍ଦ୍ର ର ରୂପ ରେଖ ରେ ପରିବର୍ତନ କରାଯିବ କେବଳ ଭିତ୍ତିଭୂମି ବିକାଶ କଲେ ଅଞ୍ଚଳ ବାସୀ ଲାଭ ପାଇବେନି ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡ଼ାକ୍ତର, ମେଡିକାଲ ରେ ପରିଷ୍କାର ପରିଚ୍ଛନତା ଓ ରୋଗୀ ଙ୍କୁ ଉଚିତ ବ୍ୟବହାର ଦେଲେ ଅଞ୍ଚଳବାସୀ ଖୁସି ହେବେ।