ଅଞ୍ଚଳଗୁମ୍ମା ଗଣେଶ ପୂଜରେ ନୂଆଖାଇ ଭେଟଘାଟ ଓ ମେଲୋଡି କାର୍ଯ୍ୟକ୍ରମ

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଂଚଳ ଗୁମା ଠାରେ ନୁଆଖିଆ ଭେଟ ଘାଟ ଓ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟ କ୍ରମ ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ରମେଶ ଚନ୍ଦ୍ର ବିଷୋୟୀ ସଭାପତିତ୍ବ ରେ ଅନୁଷ୍ଠିତ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗ ଦେଇ ନୁଆଁଖାଇ ଭାଇଚାରା ର ପର୍ବ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ ।ସମ୍ମାନିତ ଅତିଥି ଭାବେ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ର ଅଧକ୍ଷା ନିଳେନ୍ଦ୍ରି ନାୟକ ,ଜୋନ ୧ ର ଜିଲ୍ଲା ପରିଷଦ ସଭ୍ୟା କ୍ରିଷ୍ଣା ମଞ୍ଜରି ବିଷୋୟୀ , ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ ,ସରପଞ୍ଚ କୁସୁମା ପୂଜାରୀ,ଶିକ୍ଷାବିତ୍ ତଥା ଅବସର ପ୍ରାପ୍ତ ଶିକ୍ଷକ ସରୋଜ ପଟ୍ଟନାୟକ ,ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର ଗଣେଶ୍ୱର ବିଷୋୟୀ, ବିଶିଷ୍ଟ ବ୍ୟବସାୟୀ ତଥାପୂଜା କମିଟିର ସଭାପତି ସମାଜସେବୀ ସୁବ୍ରତ ଚୌଧୁରୀ ମଞ୍ଚାସିନ ରହି ଥିଲେ । ପ୍ରଥମେ ଗଣେଶ ଙ୍କ ପୂଜାର୍ଚନା ପରେ ମଂଚାସୀନ ଅତିଥି ମାନେ ନୂଆଖାଇ ଏକ ଭାଇଚାରା ର ପର୍ବ ଏହି ପର୍ବରେ ଜାତି ଧର୍ମ କି ସାନ ବଡ଼ କିଛିନାହିଁ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ନିଟ ପରୀକ୍ଷା ରେ କୃତିତ୍ୱ ହାସଲ କରିଥିବା ଗ୍ରାମ ର ଶିବମ ନାୟକ ଙ୍କୁ ମୁଖ୍ୟଅତିଥି ମାନ୍ୟବର ବିଧାୟକ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ଗ୍ରାମ ର ବିଶିଷ୍ଠ ମୂର୍ତ୍ତି କାରିଗର କମଳୁ ପୂଜାରୀ, ସୁମନ ଗୌଡ଼ ଓ ଚକ୍ରଧର ମାଝୀ ଙ୍କୁ ମଧ୍ୟ ମୁଖ୍ୟ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଥିଲା । ନୂଆ ଖାଇ ଭେଟ ଘାଟ ଅବସର ରେ ଗଣେଶ ପୂଜା କମିଟି ତରଫରୁ  ଝିଲିକି ଝିପା ରଙ୍ଗ ମଞ୍ଚ ର ଦ୍ୱିତୀୟ ବର୍ଷ ରେ   କୋଟ ପାଡ ର ତାରା ତାରିଣୀ ମେଲୋଡି ଗ୍ରୁପ ସାମିଲ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟ କ୍ରମ କୁ ଉପଭୋଗ କରିବା ପାଇଁ ଆଖ ପାଖ ଅଞ୍ଚଳରୁ ହଜାର ହଜାର  ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳି ଥିଲା।