ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସ୍ଥାନୀୟ ଥୁଆମୂଳ ରାମପୁର ଏମ୍.ଏମ୍.ପି.ଏସ୍ ମହାବିଦ୍ୟାଳୟ ସଭାଗୃହ ଠାରେ ବ୍ଲକ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ସ୍ନାତକ ମହାବିଦ୍ୟାଳୟ ଓ ଏମ୍.ଏମ୍.ପି.ଏସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସାମାଜିକ ଗଣମାଧ୍ୟମରେ ସୁରକ୍ଷା ଓ ସାଇବର ଆଇନ ସମ୍ପର୍କରେ ଏକ ସଚେତନ ସଭା ଆୟୋଜିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ତାଲୁକ ଆଇନ ପ୍ରାଧିକରଣର ଅଧ୍ୟକ୍ଷ ତଥା ଜେ.ଏମ୍.ଏଫ୍.ସି ମାଜିଷ୍ଟ୍ରେଟ ଡ. ତାରିଣୀ ପ୍ରସାଦ ସାହୁ ଅଧ୍ୟକ୍ଷତା କରିଥିଲେ। ଏହି ଆଇନ ସମ୍ପର୍କରେ ବିସ୍ତ୍ରୁତ ସୂଚନା ଦେବା ପାଇଁ ଜିଲ୍ଲା ସାଇବର ଥାନା ଭବାନୀପାଟଣାରୁ ସହକାରୀ ଆରକ୍ଷୀ ଅଧିକାରୀ ଅଳକନନ୍ଦା ସାହୁ ଓ ସାଇବର ଥାନା ଅଧିକାରୀ ସର୍ବେଶ୍ବର ସାମନ୍ତରାୟ ଯୋଗ ଦେଇଥିଲେ । ବିଶେଷକରି ଯୁବକଯୁବତୀ ମାନଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ସର୍ବାଧିକ ସମୟ ଅତିବାହିତ କରିବା ସଙ୍ଗେ ସଙ୍ଗେ ତାହାର ଅସୁରକ୍ଷିତ ବ୍ୟବହାର ଅତ୍ୟନ୍ତ ବିପଦଗାମୀ ପଥକୁ ଟାଣି ନେଉଥିବା ଯୋଗୁଁ ସେଥିରୁ କିପରି ସତର୍କ ରହିବେ ଏବଂ ଅନାବଶ୍ୟକ ତଥ୍ୟ ଓ ଲିଙ୍କରୁ କିଭଳି ନିବୃତ୍ତି ରହି ସାବଧାନ ରହିବା ସହିତ ବ୍ୟକ୍ତିଗତ ତଥ୍ୟକୁ ଗୋପନ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ସରକାରୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ସର୍ବେଶ୍ବର ଉଥାନ ସିଂହ, ଏମ୍.ଏମ୍.ପି.ଏସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା,ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ, ସମାଜସେବୀ ମାଣିକ୍ୟ ଚନ୍ଦ୍ର ନାୟକ, ଆଇନଜୀବୀ ଦିଲ୍ଲୀପ ନାଏକ, ପ୍ରିୟଙ୍କା ମାଝୀ, ସରକାରୀ ଓକିଲ ଦେବଦତ୍ତ ଯୋଶୀ ପ୍ରମୁଖ ମଧ୍ୟ ଆଇନର ବିବିଧ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ଯୁବ ଆଇନଜୀବୀ ମନୋରଞ୍ଜନ ନାଏକ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।