ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ): କଳାହାଣ୍ଡି ଜିଲ୍ଲା ଜୟପାଟଣାର ସୁନି ଜୁମା ମସଜିଦ୍ରେ ଆଜି ଆନନ୍ଦଉଲ୍ଲାସର ସହ ମହାପୁରୁଷ ମହମ୍ମଦଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ମସଜିଦ୍ରେ ଏକ ସମୂହ ପ୍ରାର୍ଥନା ଅନୁଷ୍ଠିତ ହୋଇ ମହମ୍ମଦଙ୍କ ଜୀବନୀ ଏବଂ ମହାନ୍ ମାନବୀୟ କାର୍ଯ୍ୟଧାରା ସମ୍ପର୍କରେ ବର୍ଣ୍ଣନା କରାଯାଇଥିଲା। ଇସ୍ଲାମ ଧର୍ମାବଲମ୍ବୀ ମାନଙ୍କ ମଧ୍ୟରେ ଲଙ୍ଗର ଖାନା ଅନୁଷ୍ଠିତ ହେବାପରେ ମକ୍କା-ମଦିନାର ପ୍ରତିକୃତି ସହିତ ସହସ୍ରାଧିକ ଇସ୍ଲାମ ଧର୍ମାବଲମ୍ବୀ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ବାହାରି ଜୟପାଟଣା ସହର ପରିକ୍ରମା କରି ପୁଣି ମସ୍ଜିଦକୁ ଫେରିଥିଲେ। ଏନେଇ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।