ଆଞ୍ଚଳିକ ଭତରା ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ଚିତ୍ରସେନ ବାଗ):  କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ପଳସ ଆଞ୍ଚଳିକ ଭତରା ସମାଜ ପକ୍ଷରୁ ବତାସୀଗୁଡା ଭୈରବ ମଣ୍ଡପରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଭତରା ସମାଜର ସମସ୍ତ ଜାତିପ୍ରେମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।ଏହା ସହ ଭତରା ସମାଜ ର ଜିଲ୍ଲା ସଭାପତି କୈଳାସଚନ୍ଦ୍ର ମାଝୀ,ମୁଖ୍ୟ ଅତିଥି ଭାବେ ଇଂ.ତୃପକୁମାର ପାତ୍ର, ଆଇନଜୀବୀ ଗଙ୍ଗାଧର ପାତ୍ର,ସମାଜସେବୀ ସୁଶାନ୍ତ ମାଝୀ,ମନୋଜପାତ୍ର,ଟିକେଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *