କାଶୀପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଅଞ୍ଜନ କୁମାର ନାଏକ) : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସ୍ଥିତ କାଶୀପୁର ବନ ବିଭାଗ କାର୍ଯ୍ୟାଳୟ ସିପିଯୋଡି ଠାରେ “ଏକ ପେଡ ମା କେ ନାମ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। କାଶୀପୁର ବନ ବିଭାଗ ଆନୁକୂଲ୍ୟରେ କାଶୀପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ “ଏକ ପେଡ ମା କେ ନାମ ” କାର୍ଯ୍ୟକ୍ରମର ଶୁଭାରମ୍ଭ ହେତୁ ପ୍ରାୟ ୫୦୦ (ପାଞ୍ଚ ସହ) ବୃକ୍ଷ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ବନ ବିଭାଗ ଦ୍ଵାରା ଯୋଗାଇ ଦିଆ ଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟରେ ଏକ ଭ୍ରମ୍ୟମାଣ ଚାରା ବିତରଣ ଯାନ ଯୋଗେ କାଶୀପୁର ସହରାଞ୍ଚଳରେ ପ୍ରଚାର ପ୍ରସାର ହେତୁ ବନ ବିଭାଗ ଦ୍ଵାରା ପ୍ରଥମେ ପୂଜାର୍ଚନା କରାଯାଇଥିଲା। ଏହି ପରିପେକ୍ଷୀରେ ଢୋଲ, ମାର୍ଦଳ ବାଦ୍ୟ ସହ ଏକ ସଂକୀର୍ତନର ମଧ୍ୟ ଆୟୋଜନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ କଣ୍ଟେଶ୍ୱର ମାଝିଙ୍କ ଉପସ୍ଥିତରେ ବ୍ଲକ ଅଧିକାରୀ ବିଜୟ କୁମାର ସାଏଙ୍କ କରକୋମଳରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମଟିର ପରିଚାଳନା କାଶୀପୁର ବନ ବିଭାଗ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁ ତୁଲାଇ ଥିଲେ। କାଶୀପୁର ବନାଞ୍ଚଳର ସମସ୍ତ ବନରଖି, ବନପାଳ, ପାରା ସ୍କ୍ବାର୍ଡ ଓ ଅନ୍ୟ କର୍ମଚାରୀଙ୍କ ସମେତ ବ୍ଲକ ବଜେପି ଦଳର କର୍ମକର୍ତା ମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପରିଲକ୍ଷିତ ହୋଇଛି।