କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ରେଳଯାତ୍ରୀ ସଂଘର ମୁଖ୍ୟ ପରାମର୍ଶ ଦାତା ତଥା କେସିଙ୍ଗା ସିଟିଜନ ଫୋରମ୍ ସଭାପତି ଡାକ୍ତର ହେମସାଗର ସାହା ଭୁବନେଶ୍ଵରରେ ଅନୁଷ୍ଠିତ ଜେଡ୍.ଆର୍.ୟୁ.ସି.ସି ବୈଠକରେ ଯୋଗ ଦେଇ ଅଞ୍ଚଳର ବିଭିନ୍ନ ସମସ୍ୟା ରେଳ ସମସ୍ୟା ଉପରେ ଉପସ୍ଥିତ ରେଳ ବିଭାଗର ଉଚ୍ଚତମ ଅଧିକାରୀ ମାନଙ୍କ ପାଖରେ ୧୩ ଗୋଟି ମୁଖ୍ୟ ସମସ୍ୟା ଉପରେ ଅଧିକାରୀ ମାନକର ଦୃଷ୍ଟି ଆକର୍ଷଣ କରିଥିଲେ।ଏଥିରେ ମୁଖ୍ୟତ କେସିଙ୍ଗା ରେଳ ଷ୍ଟେସନ ଓ ଆଖ ପାଖ ରେଳ ଷ୍ଟେସନରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଡାକ୍ତର ସାହା ନିଜ ଦାବୀ ଉପସ୍ଥାପନ କରିଥିଲେ। ଯେଉଁଥିରେ ରାଜଧାନୀ ପାଇଁ ସିଧାସଳଖ ଟ୍ରେନ, ପୁଣି କୋରାପୁଟ ରାୟଗଡା ଭାୟା ଟିଟଲାଗଡ ଦେଇ ଭୁବନେଶ୍ଵରକୁ ଟ୍ରେନ,ସପ୍ତାହକୁ ତିନି ଦିନ ହାୱଡା ଇସ୍ପାତ ଏକ୍ସପ୍ରେସକୁ ଟିଟଲାଗଡ ପରିବର୍ତ୍ତେ କେସିଙ୍ଗାକୁ ଏକ୍ସଟେନସନ୍, କେସିଙ୍ଗାରୁ ଜୁନାଗଡ଼ ଭଦ୍ରାଚଲମ୍ ରେଳ କରିଡ଼ରର ଶୀଘ୍ର କାମ ଆରମ୍ଭ, କେସିଙ୍ଗା ରେଳ ଷ୍ଟେସନରେ ପାର୍କିଂର ସୁବ୍ୟବସ୍ଥା ସାଙ୍ଗକୁ ପାର୍କିଂ ଫି ଦର କମାଇବା, କେସିଙ୍ଗା ଷ୍ଟେସନରେ ପ୍ଲାଟ ଫର୍ମ ନ ୧ ରେ ଟିକେଟ ବୁକିଂ କାଉଣ୍ଟରର ବ୍ୟବସ୍ଥା, ପ୍ଳାଟ ଫାର୍ମ ନ ୨,୩ ଓ ୪ ରେ ଟି ଷ୍ଟଲର ବ୍ୟବସ୍ଥା, କେସିଙ୍ଗା ରେଳ ଷ୍ଟେସନରେ ରହୁଥିବା ସମସ୍ତ ଗାଡ଼ି ୨ ମିନିଟ ପରିବର୍ତ୍ତେ ୫ ମିନିଟ ରହିବାର ବ୍ୟବସ୍ଥା, କେସିଙ୍ଗାରେ ମାଲ ପରିବହନର ସୁଦୃଢ ବ୍ୟବସ୍ଥା, କେସିଙ୍ଗା ରେଳ ଷ୍ଟେସନରେ ଥିବା ଶୌଚାଳୟର ନବୀକରଣ, ସମ୍ବଲପୁର ରାୟଗଡ଼ା ତପଶ୍ୱନି ଏକ୍ସପ୍ରେସ ଦୁଇ ମିନିଟ୍ ପାଇଁ କାଣ୍ଡେଲ ରୋଡରେ ରହଣି,ଉକ୍ତ ଷ୍ଟେସନରେ ସୁଦୃଢ ଆଲୋକିକରଣ ଓ ପାନୀୟ ଜଳର ବ୍ୟବସ୍ଥା ଓ ଭକ୍ତ ମାନଙ୍କ ସୁବିଧା ପାଇଁ ସମ୍ବଲପୁର ପର୍ଯ୍ୟନ୍ତ ଆସୁଥିବା ମୟୁରାକ୍ଷି ଏକ୍ସପ୍ରେସକୁ ଟିଟଲାଗଡ ଷ୍ଟେସନ ପର୍ଯ୍ୟନ୍ତ ଏକ୍ସଟେନସନ୍ ଦାବୀ ଉପସ୍ଥାପନ କରିଛନ୍ତି ସିଟିଜନ ଫୋରମ୍ ସଭାପତି ଦେଖିବାକୁ ବାକି ରହିଲା କେବେ ଦାବୀ ଗୁଡ଼ିକ ପୂରଣ ହେଉଛି।