କର୍ଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପବିତ୍ର ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ସାର ଅଭାବୀ ଦେଖା ଯାଇଛି। ଆଜି ୟୁରିଆ ନେଇ ପାଇଁ ଲୋକଙ୍କ ଅସମ୍ଭାଳ ଭିଡ଼ ଲାଗି ରହିଛି। କର୍ଲାମୁଣ୍ଡା ବ୍ଲକରେ ଥିବା ତିନି ପ୍ରାଥମିକ କୃଷି ସମବାୟ ସମିତିର ସାର ଗୋଦାମ ଗୃହ ମାନଙ୍କରେ ଚାଷୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଚାଷୀମାନେ ରାତି ସାରା ଉଜାଗର ରହି ସାର ନପାଇ ହନ୍ତସନ୍ତ ହୋଇ ଫେରି ଯାଉଛନ୍ତି। ସୂଚନାନୁଯାୟୀ, କର୍ଲାମୁଣ୍ଡା ବ୍ଲକର ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତିରେ ୬୮୦ ବସ୍ତା ୟୁରିଆ ସାର ମହଜୁଦ ଥିବା ବେଳେ ୧୪ ଶହରୁ ଉର୍ଦ୍ଧ୍ବ ଚାଷୀ ଧାଡିରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ସମବାୟ ସମିତିର କର୍ମକର୍ତ୍ତା ଓ ସ୍ଥାନୀୟ ସରପଞ୍ଚ ତଥା ଚାଷୀମାନଙ୍କ ଆପୋଷ ବୁଝାମଣାରେ ସାପଲହରା ପଞ୍ଚାୟତ, ରେଗଡା ପଞ୍ଚାୟତର ଚାଷୀମାନଙ୍କୁ ସାର ଦିଆଯାଉଛି , ଏବଂ ବୋରପଦର ପଞ୍ଚାୟତ ର କିଛି ଚାଷୀ ମାନଙ୍କୁ ଟୋକନ ଦିଆ ଯାଇଥିଲେ ମଧ୍ୟ ସାର୍ ଦିଆଯାଇନଥିଲା ସେପଟେ ସମବାୟ ସମିତିର ସଭାପତି ଦେବରାଜ ରଣା ଏକ ଆଲୋଚନା କରି ବୋର୍ ପଦର ପଞ୍ଚାୟତ ବାସିଙ୍କୁ ସାର ଦିଆଯିବ ବୋଲି ସୂଚନା ଦେଇଛନ୍ତି। ଠିକ୍ ସେହିପରି କର୍ଲାମୁଣ୍ଡା ସାର ଗୋଦାମ ଠାରେ ଏକ ହଜାର ସାର ବସ୍ତାକୁ ନେବା ପାଇଁ ହଜାର ହଜାର ସଂଖ୍ୟାରେ ଚାଷୀ ଲମ୍ବା ଧାଡିରେ ଅପେକ୍ଷାରେ ଅଛନ୍ତି। ଚାଷୀଙ୍କ ସଂଖ୍ୟା ଅନୁସାରେ ସାର ମହଜୁଦ ନଥିବା ଅଭିଯୋଗ ହୋଇଛି। ସେହିପରି ରିଷିଡା ପେକ୍ସରେ ୯୧୮ ବସ୍ତା ସାର ଥିବାବେଳେ ୪ଟି ପଞ୍ଚାୟତର ହଜାରେରୁ ଅଧିକ ଚାଷୀ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ଯୋରାଡବର କୃଷି ସମବାୟ ସମିତି ଅଧିନରେ ମୋଟ୍ ଚାରି ଗୋଟି ପଞ୍ଚାୟତ ଥିବା ବେଳେ ଆଜି ହିଁ ସମସ୍ତ ଚାଷୀଙ୍କୁ ସାର ନେବା ପାଇ ଆହ୍ବାନ ଦେବା କାରଣରୁ ଏଭଳି ଭିଡ଼ ଲାଗି ରହିଛି ବୋଲି ଚାଷୀ ନେତା ମାନେ ମତ ରଖିଛନ୍ତି। ଅନ୍ୟପଟେ ବୋରପଦର, ରେଗଡ଼ା,ସାପଲହରା, ଯୋରାଡବରା ପଞ୍ଚାୟତର ସରପଞ୍ଚ ମାନେ ଟୋକନ୍ ବଣ୍ଟନ କରୁଥିବା ଜଣା ପଡିଛି।