ଜୁନାଗଡ଼ରେ ମହମ୍ମଦ ଜୟନ୍ତୀ ପାଳିତ

ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ : କଳାହାଣ୍ଡି ଜିଲା ଜୁନାଗଡ ସହରରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟଙ୍କ ପକ୍ଷରୁ ପାଳିତ ହୋଇଛି। ସକାଳୁ ପରିବାରର ସମସ୍ତ ସଦସ୍ୟ ନୂଆ ବସ୍ତ୍ର ପରିଧାନ କରି ନମାଜ ପାଠ କରିବା ସହ ସମସ୍ତଙ୍କୁ ମିଲାଦ ସରିଫ ବା ଶୁଭେଚ୍ଛା ଜଣାଇଥିଲେ। ପରେ ସ୍ଥାନୀୟ ଜମା ମସ୍‌ଜିଦ ପକ୍ଷରୁ ସୁସଜ୍ଜିତ ମେଢରେ ଶିଶୁଠୁ ଆରମ୍ଭ କରି ବଡ ଯାଏଁ ସମସ୍ତେ ହାତରେ ପତକା ଧରି ବିରାଟ ଶୋଭାଯାତ୍ରା (ଜୁଲୁସ୍)ରେ ନଗର ପରିକ୍ରମା କରି ଜୁନାଗଡ ସହରବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ନଗର ପରିକ୍ରମାରେ ଇମାମ ମୁଫତି ଗୁଲାମ ୟାସିନ, ମୌଜାନ ଅତାଉର୍ ରେହମାନ,ନାଟଖାନ ମହମ୍ମଦ ସାକିବ ରାଜା ସହ ସୁନ୍ନି ବରେଲେଭି ଜାମା ମସଜିଦ ଜୁନାଗଡ ସମ୍ପ୍ରଦାୟ ସଭାପତି ହାସନ ଖାନ, ସମ୍ପାଦକ ଶେଖ ୱାହିଦ ଖାନ, ଅବଦୁଲ ମଜିଦ ସୋଲାଙ୍କି, ମହମ୍ମଦ ହାନିପ, ୟୁସୁଫ ଖାନ, ରାହି ଖାନ, ଅମନ ଖାନ,ଆସପାକ ମହମ୍ମଦ, ଗୁଲାମ୍ ସୋଲଙ୍କି, ସାହିଲ ଖୁରେଶି, ରଫିକ ଖାନ, ସେଖ ରୋସନ ଆଲି, ଅବଦୁଲ ହମିଦ, ଅବଦୁଲ ସତ୍ତର, ରେହାନ ଖାନ ଓ ସମସ୍ତ ସୁନ୍ନି ଭାଇ ମାନେ ପ୍ରମୁଖ ଉପସ୍ଥିତ ରହି ମହମ୍ମଦଙ୍କ ଜୟନ୍ତୀ ପାଳନ କରିଥିଲେ।