ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ଲିଖିତ ପୁସ୍ତକ ଜିଲ୍ଲା ନିର୍ବାହୀ ଅଧିକାରୀଙ୍କୁ ଅର୍ପଣ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ମଧୁସୂଦନ ଠାକୁର): ପୂର୍ବତନ ରାଜ୍ୟ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ପୁରୋହିତଙ୍କ ଦ୍ଵାରା ଲିଖିତ କମ୍ପ୍ୟୁଟର ଶିକ୍ଷା ଉପରେ ଆଧାରିତ ପୁସ୍ତକ ଆମ କମ୍ପ୍ୟୁଟର ବହି କଳାହାଣ୍ଡି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଅର୍ପଣ କରିଛନ୍ତି। ଏଠାରେ ପ୍ରକାଶ ଥାଉକି ଶ୍ରୀ ପୁରୋହିତଙ୍କ ଲିଖିତ ଉକ୍ତ ପୁସ୍ତକ ଆକାଶବାଣୀ ବଲାଙ୍ଗୀରର ଲୋକପ୍ରିୟ ବୈଜ୍ଞାନିକ କାର୍ଯ୍ୟକ୍ରମରେ ସ୍ଥାନ ପାଇ ବେଶ ପରିଚିତ ହୋଇଥିଲା।ଉକ୍ତ ପୁସ୍ତକ ଆମ କମ୍ପ୍ୟୁଟର ପ୍ରଥମ ସଂସ୍କରଣ ପ୍ରଥମେ ୨୦୧୨ ମସିହାରେ ମୁକ୍ତିଲାଭ କରିଥିଲା।ଏଥିରେ କିପରି ସରଳ ଓ ପ୍ରାଞ୍ଜଳ ଭାବରେ କମ୍ପ୍ୟୁଟର ଶିଖି ହେବ ସେହି ବିଷୟ ଉପରେ ଉକ୍ତ ପୁସ୍ତକରେ ବର୍ଣ୍ଣନା କରାଯାଇଛି।ଏତଦବ୍ୟତୀତ ଉକ୍ତ ପୁସ୍ତକଟି ଇଂରାଜୀ ଓ ଓଡ଼ିଆ ପତ୍ର ପତ୍ରିକାରେ ପ୍ରକାଶିତ ବୈଜ୍ଞାନିକ କାର୍ଯ୍ୟକ୍ରମ ପୃଷ୍ଠାରେ ସ୍ଥାନ ପାଇ ଉଚ୍ଚ ପ୍ରଶଂସିତ ହୋଇଛି।

Leave a Reply

Your email address will not be published. Required fields are marked *