କଂଗ୍ରେସର ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟାର ସମୀକ୍ଷା ବୈଠକ

ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଆନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତର ହାଟ ପଦା ଠାରେ ଜାତୀୟ କଂଗ୍ରେସ ର ନିର୍ଦେଶକୁ କ୍ରମେ ତେନ୍ତୁଳୀଖୁଣ୍ଟି ବ୍ଲକର ବର୍ତ୍ତମାନ ସଭାପତି ପ୍ରୋହ୍ଲାଦଙ୍କ ଆହ୍ୱାନ କ୍ରମେ ତେନ୍ତୁଳୀଖୁଣ୍ଟି ବ୍ଲକର ପନ୍ଦର ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ କଂଗ୍ରେସ କର୍ମୀ, କର୍ତ୍ତା, ପୂର୍ବ ତନ ସରପଞ୍ଚ, ପୂର୍ବ ତନ ସଭା ପତି, ସମିତି ସଭ୍ୟ, ସଭ୍ୟା, ଅଂଚଳ ର ଭଦ୍ର ବ୍ୟକ୍ତି ମାନଙ୍କୁ ନେହି ଜିଲ୍ଲା କଂଗ୍ରେସ ର ନୂତନ ସଭାପତି, ବ୍ଲକ କଂଗ୍ରେସ ନୂତନ ସଭାପତି ଚୟନ ପ୍ରକ୍ରିୟା ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା, ଆଜିର ଆୟୋଜିତ କାର୍ଯ୍ୟ କର୍ମ ରେ ଭାରତୀୟ ଜାତୀୟ କଂଗ୍ରେସ ର ପ୍ରଯ୍ୟବେକ୍ଷ ଜେ, ଟି, କୁଶମୁ କୁମାର ଟେଡେ, ପି. ସି. ପି. କୃଷ୍ଣ ଚନ୍ଦ୍ର କୁଲଦୀପ , କଳାହାଣ୍ଡି ସଭାନେତ୍ରୀ ଦ୍ରୁପତି ମାଝୀ. କୋରାପୁଟ ଯୁବ କଂଗ୍ରେସ ସଭାପତି କିରଣ ତୁରୁକ, ଯୋଗଦାନ କରିଥିବା ବେଲେ କଂଗ୍ରେସ ସଭା ନେତ୍ରୀ ପି. ନାଗା ରାତନ୍ମ, ସଭାପତି ପ୍ରୋହ୍ଲାଦ ହିଆଲ, ସାଧାରଣ ସମ୍ପାଦକ ଭୀମ ସେନ ପାଣିଗ୍ରାହୀ, ଦୁଲବ କନ୍ଦ ଗୌଡ଼, କିଶୋର ଚନ୍ଦ୍ର ସିଂ.ଅନୁ ସୂଚିତ ଜାତିର ସଭାପତି କୃଷ୍ଣ ଚନ୍ଦ୍ର କର୍କରା଼ ମଞ୍ଚାସିନ ହୋଇ ଥିଲେ. କଂଗ୍ରେସ ର ସୁ ଗୋଡ଼ କୁ ସୁଦୃଢ କରିବା ପାଇ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ସେବାଦଲ, ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନ, କିପରି ସଂକ୍ରିୟ କରାଯିବ ଏହାର ଦୂର ଦୃଷ୍ଟି ରଖି ଦାୟିତ୍ୱ ବାନ ବ୍ୟକ୍ତି ଙ୍କୁ ନିରପେକ୍ଷ, ଭାବେ ଜିଲ୍ଲାସଭାପତି, ବ୍ଲକ ସଭାପତି ସମସ୍ତଙ୍କର ମତ କୁ ନେହି ନୂତନ ଭାବେ ଚୟନ କରାଯିବ ବୋଲି କହିଛନ୍ତି ଟେଡେ, ପୂର୍ବ ତନ କଂଗ୍ରେସ ସରପଞ୍ଚ କୁମର ପୂଜାରୀ କୋଣସି ଭାବେ ଚାପ ଗ୍ରୋସ୍ତ ରେ ଗତ ଚାରି ମାସ ହେବ ବିଜେଡି ରେ ଯୋଗଦେଇ ଥିଲେ କିନ୍ତୁ ଆଜି ସେ ପୁନଃ ଭାବେ ନିଜ ଦଳ କଂଗ୍ରେସ କୁ ନିଜ କର୍ମୀ ମାନଙ୍କ ସହିତ ଫେରି ଛନ୍ତି ଓ଼ ପ୍ରତେକ ପନ୍ଦର ଗୋଟି ପଞ୍ଚୟତର, କର୍ମୀ. ଜନପ୍ରତି ନିଧି , କଂଗ୍ରେସ କର୍ମ କର୍ତ୍ତା ସରପଞ୍ଚ, ସମିତି ସଭ୍ୟ, ସଭ୍ୟା କୁ ନେହି ପଞ୍ଚାୟତ ସ୍ଥରୀୟ ଭାବେ ସମସ୍ତ ଙ୍କର ମତ ଗ୍ରହଣ କରା ଯାଇଛି , ଏହା କୁ ଜାତୀୟ କଂଗ୍ରେସ କମିଟି ରେ ଉପସ୍ଥାପନ ପରେ ଜିଲ୍ଲା କଂଗ୍ରେସ ସଭାପତି ଘୋଷଣା କରା ଯିବ ବୋଲି ପ୍ରକାଶ କରି ଛନ୍ତି ପର୍ଯ୍ୟବେକ୍ଷ ଜେ. ଟି. କୁସୁମ ଟେଡେ।