ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମୁନ୍ନା ଦଳେଇ) : ନବରଙ୍ଗପୁର ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିର ରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଅନୁଷ୍ଠାନ ର ମୁଖ୍ୟ ତଥା ଅଧ୍ୟକ୍ଷ ରବି ଶଙ୍କର ସାହୁ ଙ୍କ ସଭାପତିତ୍ବରେ ଗୁରୁ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ନିଜ ବ୍ୟକ୍ତବ୍ୟ ରେ ଜୀବନ ତମାମ ଯିଏ ଗୁରୁଙ୍କୁ ଯିଏ ସମ୍ମାନ ଦେଇଛି ତାର କେବେ ଅବନ୍ନତି ହୋବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ଅନ୍ୟତମ ଅତିଥି ଭାବରେ ଅବସର ରେ ପ୍ରାପ୍ତ ଶିକ୍ଷକ ମନମହୋନ ପଟ୍ଟନାୟକ ଯୋଗ ଦେଇ ଗୁରୁ ଦିବସ ର ତାପ୍ତର୍ଯ୍ୟ ସମ୍ପର୍କରେ ବ୍ୟକ୍ତଵ୍ୟ ଦେଇଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଗୁରୁ ବନ୍ଦନା କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଗୁରୁ, ଗୁରୁମା ସହଯୋଗ କରିଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ଅନେକ ଅଭିଭାବକ ଉପସ୍ଥିତ ଥିଲେ।