ନୁର୍ପରାଜ ଯାଦବ ହେଲେ କେସିଙ୍ଗା ବିଜେଡି ଟାଉନ ସଭାପତି

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ର ନଗର ବିଜେଡି ସଭାପତି ଭାବରେ ବର୍ତ୍ତମାନ ର କେସିଙ୍ଗା ନଗରପାଳ ନୃପ ରାଜ ଯାଦବ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।ସେ କେସିଙ୍ଗା ବିଜେଡି ର ଜଣେ ଆଗଧାଡିର କର୍ମୀ।ତାଙ୍କର ନାମ ଘୋଷଣା ହେବା ପରେ ସହରରେ ବିଜୁ ପରିବାର ପକ୍ଷରୁ ଆନନ୍ଦର ଲହରୀ ଖେଳିଯାଇଛି। ଶ୍ରୀ ଯାଦବ ପୂର୍ବରୁ ଥିବା ସଭାପତି ବରିଷ୍ଠ ବିଜେଡି ନେତା ରମେଶ ଚନ୍ଦ୍ର ପଟ୍ଟନାୟକ ଙ୍କ ଠାରୁ ଦାଇତ୍ୱ ନେବେ।ତେବେ ସଭାପତି ହେବା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ ସେ କେସିଙ୍ଗା ସହରରେ ବିଜେଡି କୁ ଆହୁରି ମଜଭୂତ କରିବା ସହିତ ସମସ୍ତ ବିଜେଡି କର୍ମୀ ଙ୍କ କାନ୍ଧ ରେ କାନ୍ଧରେ ମିଳାଇ ଆଗକୁ ବଢିବା ପାଇଁ ଘୋଷଣା କରିଥିଲେ।ସଭାପତି ଭାବରେ ନାମ ଘୋଷଣା ପରେ କେସିଙ୍ଗା ପୂର୍ବତନ ଟାଉନ ସଭାପତି ରମେଶ ଚନ୍ଦ୍ର ପଟ୍ଟନାୟକ, ବିଜେଡି ଯୁବ ନେତା ଶିଲୁ ପରିଡ଼ା,ନଳୀନ ପଟ୍ଟନାୟକ,ଶମ୍ଭୁ ବଗର୍ତ୍ତି ,ଦୀପକ କୁମାର ଓ ଅନ୍ୟାନ୍ୟ ବିଜେଡି କର୍ମୀ ଙ୍କ ଶୁଭେଛା ବାର୍ତ୍ତା ଛୁଟୁଛି।