ଲଡୁଗାଁ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ମାଟି ଅନୁକୂଳ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ଲଡୁଗାଁ ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି। ମା’ ଙ୍କ ମୃଣ୍ମୟୀ ମୃତ୍ତି ନିର୍ମାଣ ପାଇଁ ରିତିନିତୀ ଅନୁସାରେ ପୂଜାର୍ଚ୍ଚନା କରାଯାଇ ସ୍ଥାନୀୟ ଦୁର୍ଗା ମନ୍ଦିର ନିକଟରୁ ପବିତ୍ର ମାଟି ସଂଗ୍ରହ କରାଯାଇଥିଲା। ମୁଖ୍ୟ କର୍ତ୍ତା ଭାବେ ରାଜୀବ କୁମାର ଅଗ୍ରୱାଲ ଓ ତାଙ୍କ ସହଧର୍ମିଣୀ ରୀତା ଅଗ୍ରୱାଲ ରହିଛନ୍ତି। ପଣ୍ଡିତ ଗୋପାଳ ଜି ଠାକୁର ମୁଖ୍ୟ ପୂଜକ ଭାବରେ କାର୍ଯ୍ୟ ନିର୍ବାହ କରୁଛନ୍ତି। ଚଳିତ ବର୍ଷ ପୂଜା କମିଟି ସଭାପତି ଭାବେ ଦୁର୍ଗା ପ୍ରସାଦ ଅଗ୍ରୱାଲ, ଉପ ସଭାପତି ଲକ୍ଷ୍ମଣ ଶବର ଓ ମୋହନ ଚରଣ ଦାସ, ସମ୍ପାଦକ କହ୍ନେଇ ଚରଣ ଦାସ, ସହ ସମ୍ପାଦକ ଶ୍ରୀମନ୍ତ ପାଢ଼ୀ ଓ ପୱନ ଅଗ୍ରୱାଲ, କୋଷାଧକ୍ଷ ମୁକେଶ ଅଗ୍ରୱାଲ ଓ ଦୀପକ ଅଗ୍ରୱାଲ ରହିଛନ୍ତି। ସେହିପରି ସାଂସ୍କୃତିକ ସମ୍ପାଦକ ଜିତେନ୍ଦ୍ର ମାଝୀ, ସହ ସମ୍ପାଦକ ଧ୍ୱଜ ମହାନନ୍ଦ ଓ ରବିନାରାୟଣ ଦାଶ, ପଙ୍କଜ ଚୌଧରି ପ୍ରମୁଖ ଦାୟିତ୍ୱରେ ରହିଛନ୍ତି।