ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ଜୁନାଗଡ଼ ସ୍ଥିତ ବିସିସି ବ୍ୟାଙ୍କର ଏଟିଏମ୍ ବର୍ଷ ବର୍ଷ ହେବ ବନ୍ଦ ପଡ଼ିଥିବାରୁ ସ୍ଥାନୀୟ ଚାଷୀ ଓ ସାଧାରଣ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚାଷୀମାନେ ବିଶେଷ କରି ବର୍ଷାକାଳୀନ କୃଷି କାମରେ ଟଙ୍କାର ଆବଶ୍ୟକତା ରହିଥାଏ, କିନ୍ତୁ ଟଙ୍କା ଠିକ୍ ସମୟରେ ଉଠାଇ ପାରୁ ନଥିବାରୁ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସ୍ଥାନୀୟ ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ ଅନେକ ସମୟରେ ବ୍ୟାଙ୍କରେ ଲମ୍ବା ପାଳିରେ ଦଉଡ଼ିବାକୁ ବାଧ୍ୟ ହେଉଛୁ। କାଉଣ୍ଟର୍ ସମୟ ସୀମିତ ଥିବାରୁ ଟଙ୍କା ଉଠାଇବାରେ ଅନେକ ସମୟରେ ଅସୁବିଧା ହେଉଛି। ଯଦି ଏଟିଏମ୍ ସେବା ଚାଲୁ ଥାନ୍ତା, ଆମେ ସମୟରେ ଟଙ୍କା ପାଇ କୃଷି କାମ କରିପାରୁଥାନ୍ତୁ। ସାଧାରଣ ଗ୍ରାହକମାନେ ମଧ୍ୟ କହିଛନ୍ତି ବର୍ତ୍ତମାନର ଡିଜିଟାଲ୍ ଯୁଗରେ ଯେତେବେଳେ ପ୍ରତ୍ୟେକ ବ୍ୟାଙ୍କ ଏଟିଏମ୍ ସୁବିଧା ଦେଉଛି, ସେଠାରେ ଜୁନାଗଡ଼ର ବିସିସି ବ୍ୟାଙ୍କ ଏଟିଏମ୍ ବନ୍ଦ ପଡ଼ି ରହିବା ଗ୍ରାହକ ମାନଙ୍କ ପାଇଁ ଚିନ୍ତା ର କାରଣ ହୋଇଛି। ଲୋକମାନଙ୍କ ଅଭିଯୋଗ ହେଲା, ବ୍ୟାଙ୍କ ଶାଖା ପକ୍ଷରୁ କୌଣସି ପଦକ୍ଷେପ ନେଉ ନାହାନ୍ତି । ବର୍ଷ ଧରି ଏଟିଏମ୍ ବନ୍ଦ ରହିଲେ ମଧ୍ୟ ମରାମତି କିମ୍ବା ପୁଣିଥରେ ଚାଲୁ କରିବାରେ ସେମାନେ ଅଗ୍ରଗତି କରୁ ନାହାନ୍ତି। ସ୍ଥାନୀୟ ବ୍ୟାପାରୀ ଓ ସାମାଜିକ କର୍ମୀମାନଙ୍କ କଥା ଅନୁଯାୟୀ, ଗ୍ରାମାଞ୍ଚଳରେ ବିସିସି ବ୍ୟାଙ୍କରେ ଅନେକ ଚାଷୀ ଓ ଗ୍ରାହକଙ୍କ ଖାତା ରହିଛି। ଯଦି ଏଟିଏମ୍ ସୁବିଧା ଚାଲୁ କରା ନଯିବ, ତେବେ ଲୋକେ ବିକଳ୍ପ ଉପାୟରେ ଅନ୍ୟ ବ୍ୟାଙ୍କକୁ ଖାତା ସ୍ଥାନାନ୍ତର କରିଦେବାକୁ ବାଧ୍ୟ ହେବା ପାଇଁ ଚେତାବନୀ ଦେଇଛନ୍ତି। ଏହି ପରିସ୍ଥିତିକୁ ଦେଖି ସ୍ଥାନୀୟ ଲୋକମାନଙ୍କ ଦାବି ତୁରନ୍ତ ଏଟିଏମ୍ ଚାଲୁ କରାଯାଉ କିମ୍ବା ବିକଳ୍ପ ସୁବିଧା ପ୍ରଦାନ କରାଯିବା ଆବଶ୍ୟକ ରହିଛି।