ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ରବିନାରାୟଣ ସିଂହ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କଳାହାଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ଥୁଆମୂଲ ରାମପୁର ବ୍ଲକ ପୁରୁଣାଗୁମା କ୍ଲଷ୍ଟର ଅନ୍ତର୍ଗତ କର୍ଲାପାଟ ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ କିଶୋର ଚନ୍ଦ୍ର ରାଉତରାୟ ଓ କିଆପଦର ପଞ୍ଚାୟତ ଡାଳଗୁମା ପ୍ରାଥମିକ ବିଦ୍ୟାଳୟ ର ସିମାଞ୍ଚଳ ପୁଝାରୀ ମାନପତ୍ର ସହ ଟ୍ରଫି ପାଇ ପୁରୁଣାଗୁମା କ୍ଲଷ୍ଟର ତଥା ଥୁଆମୂଲ ରାମପୁର କୁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି। କିଶୋର ଚନ୍ଦ୍ର ରାଉତରାୟ ୨୦୧୩ ମସିହାରୁ ଥୁଆମୂଲ ରାମପୁର ର କର୍ଲାପାଟ ଭଳି ଦୁର୍ଗମ ସ୍କୁଲ ରେ ଅବସ୍ଥାପିତ ହୋଇ ଏହି ଜଙ୍ଗଲିଆ ରାସ୍ତା ସାଙ୍ଗକୁ ଉକ୍ତ ଗ୍ରାମକୁ କୌଣସି ଯାତ୍ରୀବାହୀ ବସ ଚଳାଚଳର ବ୍ୟବସ୍ଥା ନାହିଁ କି ଆଜି ପର୍ଯ୍ୟନ୍ତ ଫୋନ୍ ଫାନ ର କୌଣସି ନେଟୱର୍କ ନ ଥିବାସତ୍ତ୍ବେ ମଧ୍ୟ ନିଜ କର୍ମକୁ ଆଦରି ବେଳେ ବେଳେ ଜଙ୍ଗଲିଆ ରାସ୍ତାରେ ୬ କିଲୋମିଟର ଚାଲି ଚାଲି ପ୍ରତିଦିନ ଯାଆ ଆସ କରି ଉଚିତ୍ ଶିକ୍ଷା ପ୍ରଦାନ ତଥା ଅନ୍ୟାନ୍ୟ କ୍ଷେତ୍ରରେ , ସ୍କୁଲର, ବିଦ୍ୟାଳୟ ବିଭାଗର ଏବଂ ଗ୍ରାମବାସୀଙ୍କ ସହ ସମ୍ମାନ ଜନକ ଶ୍ରେଷ୍ଠତା ଅର୍ଜନ କରି ଆଜି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫ ର ଜିଲ୍ଲାସ୍ଥରୀୟ ମାଧ୍ୟମିକ ଶିକ୍ଷକ ପୁରସ୍କାର ଆୱାଡ ପାଇ କର୍ଲାପାଟ ସ୍କୁଲର ସୁନାମ ଅର୍ଜନ କରିଛନ୍ତି । ଆଗରୁ ମଧ୍ୟ ସେ ବ୍ଲକ୍ ସ୍ତରୀୟ କାର୍ଯ୍ୟକ୍ରମରେ ବ୍ଲକର ଜଣେ ଆଦର୍ଶ ଶିକ୍ଷକ ରୂପେ ସମ୍ମାନିତ ହୋଇଛନ୍ତି । ସେହିପରି ପୁରୁଣାଗୁମା କ୍ଳଷ୍ଟର ତଥା ସେହି ପୁରୁଣାଗୁମା ଗ୍ରାମର ସିମାଞ୍ଚଳ ପୁଝାରୀ ଡାଲଗୁମା ଗ୍ରାମ ବିଦ୍ୟାଳୟ ରେ ଯେଉଁ ଦିନୁ ସେ ଶିକ୍ଷକ ଭାବରେ ନିଯୁକ୍ତି ପାଇଲେ ସେ ନିୟମିତ ଭାବେ ଶିକ୍ଷା ପ୍ରଦାନ ସହ ଜଣେ ଦାୟିତ୍ଵବାନ ଶିକ୍ଷକ ରୂପେ ତାଙ୍କ ଦାୟିତ୍ଵ ସମ୍ପାଦନା କରିଅଞ୍ଚଳର ଶିକ୍ଷାର ବିକାଶ ପାଇଁ ଆଗଭର ହୁଅନ୍ତି । ଏହି ଆୟୋଜିତ ସମାରୋହରେ ପ୍ରାରମ୍ଭରେ ଅତିଥି ମାନେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ତନ୍ଵୟ ଦରୱାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ , ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଭଲକ୍ଷ୍ମୀ ନାୟକ , ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଡ. ଦେଶବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।