କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ସ୍ଥିତ କଳ୍ୟାଣ ମଣ୍ଡପଠାରେ ଶନିବାର କଂଗ୍ରେସର ଜିଲ୍ଲା ସଭାପତି ଓ ବ୍ଳକ ସଭାପତି ଚୟନ ପ୍ରକିୟାର ସମିକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଏଆଇସିସିରୁ ପର୍ଯ୍ୟବେକ୍ଷେକ ଭାବେ ଶେଖ୍ ମସ୍ତାନ୍ ଅଲ୍ଲି ଯୋଗଦେଇ ବ୍ଳକସ୍ତରୀୟ ନେତା ଓ କର୍ମୀ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଭାରତୀୟ ଜାତୀୟ କଂଗ୍ରେସ କୁ ଆଗାମୀ ଦିନରେ ଅଧିକ ସୁଦୃଢ କରିବା ଓ ଦାୟିତ୍ଵବାନ ବ୍ୟକ୍ତି ଙ୍କୁ ନିରପେକ୍ଷ ଭାବେ କିପରି ଜିଲ୍ଲା ସଭାପତି ଓ ବ୍ଳକ ସଭାପତି ଚୟନ ହୋଇ ପାରିବ ସେନେଇ ସମସ୍ତଙ୍କ ମତକୁ ନେଇ ରାଷ୍ଟ୍ରୀୟ ସଭାପତିଙ୍କ ନିକଟରେ ରିପୋର୍ଟ ପ୍ରଦାନ କରିବା ପାଇଁ ପର୍ଯ୍ୟବେକ୍ଷେକ ଶେଖ୍ ମସ୍ତାନ୍ ଅଲ୍ଲି କହିଛନ୍ତି। ବୈଠକରେ ତାଙ୍କ ସହ ବ୍ଲକ କଂଗ୍ରେସ ସଭାପତି ଲିଙ୍ଗରାଜ ବେହେରା, ଜିଲ୍ଲା ସଂଯୋଜକ ଜଳନ୍ଧର ନାଏକ, ଜିଲ୍ଲା ଯୁବ ସଭାପତି ମହମ୍ମଦ ସାହେବ, ଛାତ୍ର ସଭାପତି ଶୁଭମ ବାରିକ, ଜିଲ୍ଲା ସାଧାରଣ ସମ୍ପାଦକ ବେଣୁପାଣି ଦୁର୍ଗା ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ବୈଠକ ଆରମ୍ଭ ପୂର୍ବରୁ ପର୍ଯ୍ୟବେକ୍ଷେକ ଶେଖ୍ ମସ୍ତାନ ଅଲ୍ଲି ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାରେ ଦାଦନ ସମସ୍ୟା ଉଗ୍ର ରୁପ ନେଇଛି, ବେରୋଜଗାରୀ ବଢିଛି, ଦରଦାମ ସୀମା ଟପିଥିବା, ଭୋଟ୍ ଚୋରି ଆଦି ବିଷୟରେ ସରକାରଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସ ଶାସନ ସମୟରେ ଏସବୁ ହୋଇ ନଥିଲା ବୋଲି କହିଥିଲେ। ବୈଠକରେ ତ୍ରିଭୁବନ ନାଏକ, ଅଭି ପଟ୍ଟନାୟକ, ଅରୁଣ ମାଝୀ, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ଲକ୍ଷ୍ମଣ ଶବର, ମହେନ୍ଦ୍ର ଧରୁଆ, ହରିଶ୍ଚନ୍ଦ୍ର ନାଏକ, ଫୁଲତୋଳା ଖମାରୀ, ମାଧୁରୀ ନିଏଲ, ତପସ୍ୱିନୀ ପ୍ରଧାନୀ, ନିମାଇଁ ଚରଣ ଧଙ୍ଗଡାମାଝୀ, ନବୀନ ନାଏକ, ଯତୀନ୍ଦ୍ର ଦଳେଇ, କମଲ ନାଏକ, ସୁବାସ ଚନ୍ଦ୍ର ଦାସ ସମେତ ବ୍ଳକର ବିଭିନ୍ନ ସ୍ଥାନରୁ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହିଥିଲେ।