୬୩ କେଜି ଗଞ୍ଜେଇ ଭ୍ଯାନ ସହ ଜଣେ ଗିରଫ

ମଦନପୁର ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : ଦିନକୁଦିନ ଗଞ୍ଜେଇ ବେପାରୀଙ୍କ ରାଜ ବଢ଼ି ବଢ଼ି ଚାଲିଛି ଏହାକୁ ନେଇ କଳାହାଣ୍ଡି ଜିଲ୍ଲା ମ ରାମପୁର ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା। ଅବକାରୀ ବିଭାଗ ପକ୍ଷରୁ ମିଳିଥିବ ସୂଚନା ଅନୁସାରେ କୈାଣସି ସୂତ୍ରରୁ ଅବକାରୀ ବିଭାଗ ଖବର ପାଇ ପୂର୍ବ ଯୋଜନା ମୁତାବକ ୫୯ ନମ୍ବର ଜାତୀୟ ରାଜପଥ ନୁନପୁର ଛକ ରେ ଅବକାରୀ ବିଭାଗ ଅଧିକାରୀ ଦେବାଶିଷ ଶ୍ରୀଧର ଙ୍କ ନେତୃତ୍ବରେ ଜଗି ରହିଥିଲେ। ଓଡି,୦୨,୫୬୩୪ ସୁଚକି ଇଇସିଓ ଭ୍ଯାନ ବାଲିଗୁଡା ପଟୁ କେସିଙ୍ଗା ରେଳଷ୍ଟେସନ ଯାଉଥିବା ଭ୍ଯାନ କୂ ପିଛା କରି ୫୯ ନମ୍ବର ଜାତୀୟ ରାଜପଥ ଅଅଁଳାପାଲି ଛକ ଠାରେ କାବୁ କରିଥିଲେ ୬୩ କେଜି ଗଞ୍ଜେଇ ଭର୍ତ୍ତି ଭ୍ଯାନ ସହିତ ଗଞ୍ଜେଇ ବେପାରୀ ଇସାକ ମଲ୍ଲିକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଗଞ୍ଜେଇ ର ଅନୁମାନିକ ମୂଲ୍ୟ ହାରାହାରି ୬୩ ଲକ୍ଷ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। । ଏଥିରେ ଏସ ଆଈ ଆର୍ତ୍ତତ୍ରାଣ ବହିଦାର, ବାଲେଶ୍ଵର ଧଙ୍ଗଡା ମାଝୀ, କନେଷ୍ଟବଳ ସିମାଞ୍ଚଳ ମାଝୀ, କନେଷ୍ଟବଳ ଦୈତ୍ୟାରି ତାଣ୍ଡି, ମହିଳା କନେଷ୍ଟବଳ ଵିନତା କୁମାର ପ୍ରମୁଖ ସହଯୋଗ କରିଥିଲେ।