କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ଲଡୁଗାଁ ଆମ୍ବେଦକର ପଡ଼ାଠାରେ କ୍ରାନ୍ତି ଜ୍ୟୋତି ମାତା ସାବିତ୍ରୀ ବାଇ ଫୁଲେ ମହିଳା ସଙ୍ଘ ପକ୍ଷରୁ ରବିବାର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି। ଭେଟଘାଟ ପୁର୍ବରୁ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଏବଂ ସାବିତ୍ରୀ ବାଇ ଫୁଲେଙ୍କ ଫଟୋ ଚିତ୍ରରେ କେଣ୍ଡଲ ଓ ପୁଷ୍ପଗୁଚ୍ଛ ଅର୍ପଣ କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ଭେଟଘାଟ କାର୍ଯ୍ୟକ୍ରମରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଦେବାନନ୍ଦ ନାଏକ ମୁଖ୍ୟବକ୍ତା, ଟୁନୁ ମହାନନ୍ଦ, ଗରୁଡ଼ ବାଗ, ପ୍ରହଲ୍ଲାଦ ଠାକୁର, ବ୍ୟବସାୟୀ ଦୁର୍ଗା ପ୍ରାସାଦ ଅଗ୍ରୱାଲା, ରତ୍ନାକର ନିଆଲ, ତ୍ରିନାଥ ବାଗ, ପଙ୍କଜ ମୁଖ ଚୌଧୁରୀ, ପୂର୍ବତନ ସରପଞ୍ଚ କହ୍ନେଇ ଚରଣ ଦାସ, ଚୈତନ୍ୟ ବାଗ, ଦିବାକର ଦୁର୍ଗା, ସାମ୍ୱାଦିକ ବସନ୍ତ ସରାବୁ, ଗଜିନ୍ଦ୍ର ନାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି କ୍ରମରେ ଅତିଥିମାନେ ନୂଆଁଖାଇର ଗାରିମା, ପରମ୍ପରା ଓ ନିଶା ନିବାରଣ ଉପରେ ଆଲୋକପାତ କରିଥିଲେ। ପରେ ମହିଳା ସଂଘର କର୍ମକର୍ତ୍ତା ମାନେ ପରସ୍ପରକୁ ଅଭିବାଦନ ଜଣାଇ ଅତିଥି ମାନଙ୍କୁ ଜୁହାର ଭେଟ ହେଇଥିଲେ। ଅନୁଷ୍ଠାନର ସଭାନେତ୍ରୀ ପିଙ୍କି ମହାନନ୍ଦ, ସମ୍ପାଦିକା କୁମୁଦିନୀ ପାଣିଗ୍ରାହୀ, କୋଷାଧ୍ୟକ୍ଷା ଜୟନ୍ତୀ ପାଣିଗ୍ରାହୀ, ଧନମତି କଣ୍ଟା, ଭାନୁମତୀ ପାଣିଗ୍ରାହୀ, ଗୋଲାପି ନାଗ, କସ୍ତୁରୀ କୁମାର, ସୁରଭି ନାଏକ, ସବିତା ନିଆଲ, ରତ୍ନମଣି ମହାନନ୍ଦ ପ୍ରେମସିଲା ବାଗ, ସରସ୍ଵତୀ ମହାନନ୍ଦ ତଥା ବେଣୁଧର କଣ୍ଟା, ଉଦ୍ଧବ ବାଗ, ହରେକୃଷ୍ଣ ମହାନନ୍ଦ, ଯୋଗେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଧ୍ୱଜ ମହାନନ୍ଦ ଏବଂ ପିତାମ୍ବର ମହାନନ୍ଦ କାର୍ଯ୍ୟକ୍ରମ ପରିଚାଳନ କରିଥିଲେ।