୧ କୁଇଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଏସ୍.ପିଙ୍କ  ନିର୍ଦେଶକ୍ରମେ ଏମ ରାମପୁର ଥାନା ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ଉର୍ଲାଦାନୀ ଠାରୁ ନାଗଝରି ଗାଁକୁ ଯିବା ରାସ୍ତା କଡରେ ଏକ ଜଙ୍ଗଲରେ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ସଜବାଜ ହେଉଥିବା ସମୟରେ କୈାଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ପୋଲିସ ଚଢ଼ାଉ କରି ୧୪ ବସ୍ତା ଗଞ୍ଜେଇ ଜବତ କରିଛି।ତା ସହ ଜଣକୁ ଗିରଫ କରିଛି।ଗିରଫ ଜଣକ ହେଲେ ମ.ରାମପୁର ଥାନା ଉର୍ଲାଦାନୀ ପଞ୍ଚାୟତ ମାରଦିଙ୍ଗ ଗାଁର ଆଦେଶ ନାଏକ ବୋଲି ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି। ଜବତ ଗଞ୍ଜେଇ ୧ କ୍ଯୁଇଣ୍ଟାଲ ୬୦ କିଲୋଗ୍ରାମ ହେବ ବୋଲି ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ନାମରେ ମାମଲା ରୁଜୁ କରି ଆଜି ଜିଲ୍ଲା କୋର୍ଟକୁ ଚାଲାଣ କରିଥିବା ସୂଚନା ମିଳିଛି।