ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସଭାଗୃହରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଗତ ଅଭିଯୋଗ ୨୨ ଟି ହୋଇଥିବା ବେଳେ ବ୍ୟକ୍ତି ଗତ ମଧ୍ୟ ୨୨ ଟି ଅଭିଯୋଗ ହୋଇଥିଲା। ମ.ରାମପୁର ସଦର ମହକୁମାରେ ପିଇବା ପାଇପ ଲାଇନ ବିଛେଇବା ସମୟରେ କିଛି ସ୍ଥାନରେ ଡ୍ରେନ ଭାଙ୍ଗି ଦିଆଯାଇଥିଲା ଡ୍ରେନ ନିର୍ମାଣ କରିବାକୁ ଅଭିଯୋଗ କରିଥିଲେ ନାଏବ ସରପଞ୍ଚ ପ୍ରସାନ୍ତ କୁମାର ମହାରଣା ଓ ଓ୍ବାଡ ସଭ୍ଯା ସଂଯୁକ୍ତା ପୁରୋହିତ। ସେହିପରି ଭିନ୍ନ କ୍ଷମ ଟୁନିରଣା ଘରଡିହ ଯୋଗାଇ ଦେବା ପାଇଁ, ମ.ରାମପୁର ସଦର ମହକୁମା ପୋଲିସ ପଡା ଠାରେ ନୂତନ ଡ୍ରେନ ନିର୍ମାଣ, ଜାଗରଣ ମଞ୍ଚ ଏକ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ପାଇଁ ଅଭିଯୋଗ ଏପରିକି ଅନେକ ଗୋଷ୍ଠୀ ଗତ ବ୍ୟକ୍ତି ଗତ ଅଭିଯୋଗ ଶୁଣାଣୀ ୪୪ ଟି ହୋଇଥିଲା ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ,ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶ, ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହ ଦେଓ, ମ.ରାମପୁର ତହସିଲଦାର ସୁଶ୍ରୀ ମୀମାଂସା ସାହୁ, ମ.ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠ, ଯୋଗ ଦେଇ ଥିବା ବେଳେ ସହକାରୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୁଳମଣି ସିଂ ରାୟ, ସହଯୋଗ କରିଥିବାବେଳ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ।