ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ପାବଲି ଜଙ୍ଗଲରେ ଧର୍ମଗଡ ଅବକାରୀ ରେଞ୍ଜ ଇନିସ୍ପେକ୍ଟର ସୁଧାଂଶୁ ମୁଣ୍ଡାଙ୍କ ତତ୍ୱାବଧାନରେ ଜୟପାଟଣା ଅବକାରୀ ଅଧିକାରୀ ନରେନ୍ଦ୍ର ମିଞ୍ଜ, ଏଏସ୍ଆଇ ବିନୋଦିନୀ ମହାଲିଙ୍ଗ, କନେଷ୍ଟବଲ୍ ଅରୁଣାକ୍ଷ ଧଙ୍ଗଡାମାଝି, ବଳଭଦ୍ର ପାତ୍ର, ନିରଞ୍ଜନ ବେହେରା, ସୁବଳ ମାଝୀ, କର୍ଣ୍ଣ ବାଗ ଏବଂ ତାଙ୍କ ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲେ। ଏଥିରେ ୨୨୦୦ କେଜି ମହୁଲପୋଚ ସହ ୨୦୦ ଲିଟର ଦେଶୀ ମଦ ଜବତ କରାଯାଇଛି। ହଲେ କେହି ଗିରଫ ହୋଇ ନଥିବା ଜଣାପଡ଼ିଛି।