ମ.ରାମପୁର ବ୍ଲକରେ ସାଧାରଣ ଦ୍ବିମାସିକ ଅଧିବେଶନ ଅନୁଷ୍ଠିତ

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସଭାଗୃହରେ ଆଜି ସାଧାରଣ ଦ୍ବିମାସିକ ଅଧିବେଶନ ବ୍ଲକ ଅଧ୍ୟକ୍ଷା ଶ୍ରୀ ମତୀ ମନ୍ଦାକିନୀ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟକା ମନୋରମା ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠ, ତହସିଲଦାର ସୁଶ୍ରୀ ମୀମାଂସା ସାହୁ, ବରିଷ୍ଠ ବିଜେପି ନେତା ପଦ୍ମଲୋଚନ ମିଶ୍ର ମଞ୍ଚସୀନ ହୋଇଥିବା ବେଳେ ମ.ରାମପୁର ବ୍ଲକର ୧୯ ଗୋଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ଯା ଯୋଗଦେଇ ନିଜ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ଓ ବିକାଶ ଉପରେ ନିଜ ମତବ୍ୟକ୍ତ କରିଥିଲେ ବିଶେଷ କରି ପିଇବା ପାଣି ଓଭର ଟ୍ୟାଙ୍କ ପାଇପ ପାଣି ବିଛେଇବା ପାଇପ ଲିକେଚ ହେବା ଠିକାଦାର ଓ ବିଭାଗିୟ ଅଧିକାରୀ ନିଜ ମନଇଛା କାର୍ଯ୍ୟ କରୁଥିବା ଉପରେ ବର୍ଷିଥିଲେ ବମକ ପଞ୍ଚାୟତ ସରପଞ୍ଚ ତଥା ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚ ସାହୁ।

ଉଦ୍ଧବ ପଣ୍ଡା ମ ରାମପୁର

Leave a Reply

Your email address will not be published. Required fields are marked *