ମଣ୍ଡଳ କର୍ମ ଶାଳା ବୈଠକ

ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ତେନ୍ତୁଳୀଖୁଣ୍ଟି ମଣ୍ଡଳ ଜୋନ ୨ଲମତାଗୁଡା ହାଟପଦା ଠାରେ ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକଙ୍କ ଅଧକ୍ଷ ତାରେ ମୁଖ୍ୟ ଅତିଥି ରୂପେ ତେନ୍ତୁଳୀଖୁଣ୍ଟି ସାଂସଦ ପ୍ରତିନିଧି ସନ୍ତୋଷ ପାତ୍ର ଯୋଗ ଦେଇଥିଲେ l ସ୍ୱାଗତ ଭାଷଣ ମଣ୍ଡଳ ସଭାପତି ପ୍ରଶାନ୍ତ ବୈଠକ ବିଷୟରେ ବୁଝାଇବା ସହିତ ଉପସ୍ଥିତ ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ କରିଥିଲେ l ପରେ ଜିଲ୍ଲା ସମ୍ପାଦକ ତଥା ସଂସାଦ ପ୍ରତିନିଧି ପାତ୍ର ଆଗାମୀ ୧୭ରିଖରେ ଭାରତର ଯଶ୍ଵାସୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେହି ଦିନରୁ ଭାରତୀୟ ଜନତା ଦଳର ନିଷ୍ପତି ପ୍ରକାରେ ମାସେ ଧରି ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟକ୍ରମ ଆରମ୍ଭ ହେବ ସେହି ହିସାବରେ ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ କ୍ୟାମ୍ପ, ସଫେଇ,କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏହାସହ ଏକ ମାରାଥନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି l ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ପଂଚାୟତ କାର୍ଯ୍ୟକର୍ତା, ବୁଥ କର୍ମକର୍ତା, ଶକ୍ତି ପ୍ରମୁଖଙ୍କ ସହ ବରିଷ୍ଠ ଓ କନିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ l