ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବୋରା ସ୍ଥିତ ହେଲୋ ପଏଣ୍ଟ ଠାରେ ବ୍ଲକ ବିଜେଡିର ଏକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଥିଲା । ଗୋବିନ୍ଦ ପ୍ରଧନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଦଳର ସଂଗଠନ ଉପରେ ଆଲୋଚନା ହୋଇଥିଲା । ଥୁଆମୂଳ ରାମପୁର ବ୍ଲକ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ ବିଜେଡି କିଭଳି ଲୋକଙ୍କ ଆସ୍ଥା ବିଶ୍ୱାସର ହୋଇପାରିବ ଏବଂ ଜନସାଧାରଣଙ୍କ ପାଇଁ କାମ କରିବ ଏନେଇ ମତବ୍ୟକ୍ତ କରିଥିଲେ । ପରେ ବିଜେଡିର ବ୍ଲକ କମିଟି ଚୟନ କରାଯାଇଥିଲା ।କପିଳାସ ନାଏକଙ୍କୁ ପୁନଃ ସଭାପତି ଭାବେ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ କୈଳାସ ପରିଛା ଓ ଫଟୁସିଂ ଭୋଇ, ଉପସଭାପତି ଭାବେ ପ୍ରଫୁଲ୍ଲ କୁମାର ମୁଣ୍ଡଛିନା, ବିଭିକେଶନ ଦୁରିଆ, ଧନସିଂ ମାଝୀ, ନାରାୟଣ ନାୟକ,ଦାହୁ ମାଝୀ, ଜଗବନ୍ଧୁ ସାଆନ୍ତା,ପ୍ରଫୁଲ୍ଲ ନାଏକ ,ସାଧାରଣ ସମ୍ପାଦକ ଭାବେ କୃଷ୍ଣଚନ୍ଦ୍ର ନାଏକ,ଦୁର୍ଯ୍ୟୋଧନ ନାୟକ, ସୁରେନ୍ଦ୍ର ନାୟକ, ଅନଙ୍ଗ ନାଏକ,ଜଲୁ ମାଝୀ,ହାଡିବନ୍ଧୁ ନାଏକ,ହାଦାନ ମାଝା, ଜୟରାମ ମାଝୀ ଏବଂ ସହ ସମ୍ପାଦକ ନିରଞ୍ଜନ ନାଏକ, ଶିବ ନାଏକ, ହାରଫୁଲ ମାଝୀ, ଗଣେଶ ମାଝୀ ସାନି ମାଝୀ,ଭୀମ ସୁନାନୀ,ମଦନ ମାଝୀ ପ୍ରମୁଖ ଚୟନ ହୋଇଛନ୍ତି।ଏଥିସହିତ ଥୁଆମୂଳ ରାମପୁର ଜିଲ୍ଲା ପରିଷଦ ଜୋନ୍ ନଂ ୧ର ସଭାପତି କୃଷ୍ଣଚନ୍ଦ୍ର ସାହୁ ଏବଂ ୨ ନଂ ଜୋନ୍ ପାଇଁ ଲାଲ ନାଏକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।କୋଷାଧ୍ୟକ୍ଷ ଭାବେ ହରେକୃଷ୍ଣ ପଣ୍ଡା, ମିଡ଼ିଆ ସେଲ୍ ସଭାପତି ଅଙ୍ଗଦ ନାଏକ, ଅନୁସୂଚିତ ଜାତି ସେଲ୍ ସଭାପତି ଭାବେ ରାମେଶ୍ୱର ନାଏକ,ଅନୁସୂଚିତ ଜନଜାତିର ସଭାପତି ରାମଚନ୍ଦ୍ର ମାଝୀ,ପଛୁଆ ବର୍ଗରେ ଶଙ୍କର ବିଶି,ସଂଖ୍ୟା ଲଘୁ ରେ କାଳିରାମ ନାଏକ,କୃଷକ ସେଲ୍ ଜଗଦୀଶ ମାଝୀ ଏବଂ ଶ୍ରମିକ ସେଲ୍ ର ସଭାପତି ଭାବେ କେଶରୀ ବାଗଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି।