ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ସମଗ୍ର ଦେଶରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯିବ। ଏନେଇ ଭାଜପା କର୍ମୀ ମାନଙ୍କ ଦ୍ଵାରା ପ୍ରସ୍ତୁତି ଆରମ୍ଭ ହୋଇସାରିଛି।ଏହି ଅବସରରେ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଭାଜପା କର୍ମୀ ଓ ନେତାଙ୍କୁ ନେଇ ଥୁଆମୂଳ ରାମପୁର ସଦର ମହକୁମାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନ ସେପ୍ଟେମ୍ବର ୧୭ ତାରିଖ ଠାରୁ ଅକ୍ଟୋବର ୨ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ସେବା ପକ୍ଷ ପାଳନ ମାଧ୍ୟମରେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ବରିଷ୍ଠ ବିଜେପି ନେତା ପବିତ୍ର ନାଏକ ଏବଂ ବାଜରା ଭୋଇଙ୍କ ଉପସ୍ଥିତିରେ ଆୟୋଜିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସେବା ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର, ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ, ମା ପାଇଁ ଗଛଟିଏ ଏବଂ ଦିବ୍ୟାଙ୍ଗ ମାନଙ୍କୁ ସମ୍ମାନ ଭଳି ବିଭିନ୍ନ ମହତ କାର୍ଯ୍ୟକ୍ରମ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି।ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ମଣ୍ଡଳ ସଭାପତି ଦୟାନିଧି ଭୋଇ, ଡ଼ୁମେରପଦର ମଣ୍ଡଳ ସଭାପତି ପୁଷ ନାଏକ,ଡ଼ୁମେରପଦର ମଣ୍ଡଳ ପ୍ରଭାରୀ ବିଷ୍ଣୁ ନାଏକ, ଥୁଆମୂଳ ରାମପୁର ମଣ୍ଡଳ ପ୍ରଭାରୀ, ଭାରତ ଦେଓ, ଥୁଆମୂଳ ରାମପୁର ଜେନେରାଲ ସେକ୍ରେଟାରୀ ଆଲୋକ କୁମାର ନାଏକ, ଡ଼ୁମେରପଦର ମଣ୍ଡଳର ସାଧାରଣ ସମ୍ପାଦକ ଚନ୍ଦନ ନାଏକ, ମଣ୍ଡଳ ପ୍ରତିନିଧି ସୁଶାନ୍ତ କୁମାର ନାଏକ, ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ବରିଷ୍ଠ ନେତ୍ରୀ କିଆମଣୀ ନାଏକ,ଲଷ୍ମୀଧର ନାଏକ, ବିପିନବିହାରୀ ନାଏକ, ବାମନୁ ନାଏକ, ରାଧାକୃଷ୍ଣ ନାଏକ, ମୁନା ସିଂ, ଭରତ ଚନ୍ଦ୍ର ନାଏକ ଜିତେନ୍ଦ୍ର ନାଏକ, ରାବେନା ନାଏକ, ଧନୁ ନାଏକ, ପୁର୍ବତନ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ପରିଛା, ଶତ୍ରୁଘନ ଗହୀର ପ୍ରମୁଖ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇଥିଲେ।
