କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଆମ୍ବେଦକର ଛକ ଠାରୁ ରୁପ୍ରା ଓ ଆଗକୁ ନର୍ଲା ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ଅତି ରୁ ଅତି ଖରାପ ହେଲାଣି ।ଛକ ଠାରୁ ମାତ୍ର ୫୦୦ ମିଟର ରାସ୍ତା ର ଅବସ୍ଥା ନ କହିଲେ ଭଲ ଗ୍ରାମାଞ୍ଚଳ ରାସ୍ତା ଠାରୁ ମଧ୍ୟ ବଳି ଯାଇଛି ଉକ୍ତ ରାସ୍ତା।ସ୍ଥାନେ ସ୍ଥାନେ ବଡ଼ ବଡ଼ ଗାତ ସୃଷ୍ଟି ହୋଇ ରାସ୍ତାର ଏନ୍ତୁଡ଼ି ବାହାରି ଗଲାଣି।ଆଗରୁ ରାସ୍ତା ତିଆରିରେ ଲାଗିଥିବା ଲୁହା ଛଡ଼ ଉପର ମୁହାଁ ହୋଇ ଦୁର୍ଘଟଣା କୁ ନିମନ୍ତ୍ରଣ ଦେଉଛି।ଉକ୍ତ ରାସ୍ତା ଟି କେସିଙ୍ଗା ମହାବିଦ୍ୟାଳୟ, କୋର୍ଟ,ତହସିଲ ଅଫିସ,ଅବକାରୀ କାର୍ଯ୍ୟାଳୟ , ଆର ଡି ଅଫିସ , କେସିଙ୍ଗା ମିନି ଷ୍ଟାଡିୟମ ଓ ଆଦର୍ଶ ବିଦ୍ୟାଳୟକୁ ସଂଯୋଗ କରୁଛି ତେଣୁ ସଦାବେଳେ ଛୋଟ ବଡ଼ ଗାଡ଼ି ମଟର ସବୁ ସମୟରେ ଯିବା ଆସିବା କରୁଛି।ଉକ୍ତ କାର୍ଯ୍ୟାଳୟ ର ଅଧିକାରୀ ମାନେ ସବୁଦିନ ସବୁସମୟରେ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିଲେ ମଧ୍ୟ କାହାର ନଜର ଉକ୍ତ ରାସ୍ତା ଉପରେ କେମିତି ପଡୁନାହିଁ ତାହା ଦୁଃଖର ବିଷୟ ବୋଲି ଅଞ୍ଚଳବାସୀ ଚର୍ଚ୍ଚା କରୁଛନ୍ତି।ଉକ୍ତ ରାସ୍ତା ଟିପିଡବ୍ଲୁଡି ଅଣ୍ଡର ରେ ଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ମରାମତି କାମ କେସିଙ୍ଗା ଏନ୍ ଏ ସି କରିବ ବୋଲି କହିଛନ୍ତି।ଯଦି ମରାମତି କାମ କେସିଙ୍ଗା ଏନ୍ଏସି ର ତାହାହେଲେ ଏନ୍ଏସି ରାସ୍ତା ଏତେ ଖରାପ ହେବାପରେ ମଧ୍ୟ ମରାମତି କାହିଁକି କରୁନି ତାହା ଚିନ୍ତା ର ବିଷୟ। ଆମେ ଉକ୍ତ ରାସ୍ତା ଉପରେ କେସିଙ୍ଗା ଏନ୍ଏସି ର ଯନ୍ତ୍ରୀ ନାରାୟଣ ମହାରଣା ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଥିଲେ ଯେ ଆମେ ସେହି ରାସ୍ତା କୁ ପିଡବ୍ଲୁଡି ବିଭାଗ କୁ ହସ୍ତାନ୍ତର କରିବା ପାଇଁ ଅନେକ ଦିନ ଆଗରୁ ଚିଠି କରିଛୁ ହେଲେ ଉକ୍ତ ବିଭାଗ ଆଜି ପର୍ଯ୍ୟନ୍ତ କୌଣସି ଉତ୍ତର ଦେଇ ନାହିଁ ଏବଂ ଉକ୍ତ ରାସ୍ତା ରେ ବିନା ଅନୁମତି ରେ ବଡ଼ ବଡ଼ ହେଭି ଲୋଡ ଟ୍ରକ୍ ଯିବା ଆସିବା କରୁଛି ଫଳରେ ରାସ୍ତା ଲୋଡ ସମ୍ଭାଲିନପାରି ବଡ଼ ବଡ଼ ଖାଲ ହୋଇ ଯାଉଛି ବୋଲି ପ୍ରକାଶ କରିଥିଲେ। ଏଠାରେ ପ୍ରକାଶ ଥାଉକି ବିଗତ ଦିନରେ କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଠାରୁ ଟିଟଲାଗଡ ଯିବାର ରାସ୍ତା ଆରମ୍ଭ ରୁ ସେମିତି ପ୍ରାୟ ୫ ଶହ ରୁ ସାତ ଶହ ମିଟର ରାସ୍ତା ବହୁତ ଖରାପ ଅବସ୍ଥାରେ ରେ ଥିଲା ହେଲେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଗୋଚର କଲାପରେ ସଙ୍ଗେ ସଙ୍ଗେ ରାସ୍ତା ନିର୍ମାଣ ହୋଇ ବର୍ତ୍ତମାନ ରାସ୍ତା ଚକା ଚକ ହୋଇଛି। ବିଭିନ୍ନ ଖବର କାଗଜରେ ଆଗରୁ ଅନେକ ଖବର ପ୍ରସାରଣ କରି ପ୍ରଶାସନ କୁ ଜଣାଇଥିଲେ ମଧ୍ୟ ନା ଜିଲ୍ଲା ପ୍ରଶାସନ ପକ୍ଷରୁ ମରାମତି କରାଯାଉଛି ନା ସ୍ଥାନୀୟ ପ୍ରଶାସନ ପକ୍ଷରୁ ମରାମତି କରାଯାଉଛି।ଆଗକୁ ଦେଖିବାକୁ ବାକି ରହିଲା ଜିଲ୍ଲାପାଳ ମହୋଦୟ ଙ୍କ ସୁଦୃଷ୍ଟି କେବେ ଉକ୍ତ ରାସ୍ତା ଉପରେ ପଡ଼ିବ।