ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର ଜଣେ ଆହତ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ :  କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ଆର୍.ଡି ବଙ୍ଗଳା ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର ଏବଂ ଆଉ ଜଣେ ଆହତ ହୋଇଛନ୍ତି।ଦୁହେଁ ଚିରକେଲଗୁଡା ଗ୍ରାମର ହେମନ୍ତ ମାଝୀ (୧୬) ଏବଂ କୋବିନ ମାଝୀ(୨୫) ବୋଲି ଜଣାପଡିଛି।ଦୁହେଁ ନିଜ ଘରୁ ବାଇକ୍ ରେ ବାହାରି ଥୁଆମୂଳ ରାମପୁର ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି। ଦୁହିଁଙ୍କୁ ଥୁଆମୂଳ ରାମପୁର ଡାକ୍ତରଖାନାକୁ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ହେମନ୍ତ ଗୁରୁତର ଥିବା ଦେଖି ଡାକ୍ତର ତାକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଛନ୍ତି।