ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ଧର୍ମଗଡ଼ ବିଧାୟକ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଧର୍ମଗଡ଼ ବିଧାୟକ ସୁଧିର ପାଟ୍ଟଯୋଷୀ ଶୁକ୍ରବାର କୋକସରା ବ୍ଲକ ଆମପାଣି ଜୋନ୍ ରେ ଥିବା ବିଭିନ୍ନ ପ୍ରାକୃତିକ ଜଳଉତ୍ସ ପରିଦର୍ଶନ କରିଛନ୍ତି। ତାଙ୍କ ସହିତ କ୍ଷୁଦ୍ର ଜଳ ସେଚନ ଓ ଅଣୁ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ସରୋଜ ଶାହ, ସହକାରୀ ଯନ୍ତ୍ରୀ ତପନ କୁମାର ଦାଶ, କନିଷ୍ଠ ଯନ୍ତ୍ରୀ ସୌମ୍ୟରଞ୍ଜନ ନାଏକ ପ୍ରମୁଖ ସାମିଲ ହୋଇଥିଲେ। ପ୍ରଥମେ ଗୋତମୁଣ୍ଡା ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଅଠରନଳା ଡ଼୍ୟାମ ପରିଦର୍ଶନ କରିଥିଲେ। ସେହିପରି ପିପଲଝାପର ସ୍ଥିତ ପେନସାଲ, ଘଣ୍ଟିଗୁଡା ପୋଡାଯୋର, ମୁଗୁନାପଦର ସ୍ଥିତ ବେହାରା ଡ୍ୟାମ, ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ଜୋତାଖଲିଆ ଡ୍ୟାମ, ଆମପାଣି କରକ ଜଳପ୍ରପାତ ଓ କନ୍ଦାଗଡ଼ ସ୍ଥିତ ମୋଡୋସିଲ ଆଦି ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏବଂ ସ୍ଥାନୀୟ ଅଞ୍ଚଳର ଚାଷୀ ଓ ସାଧାରଣ ଲୋକଙ୍କ ସହିତ ଆଲୋଚନା କରିବା ସହ କ୍ଷୁଦ୍ର ଜଳ ସେଚନ ଓ ଅଣୁ ବିଭାଗ ଅଧୀନରେ ଆସୁଥିବା ପ୍ରକଳ୍ପ ଗୁଡିକର ପୁନଃଉଦ୍ଧାର, ନୂତନ ପ୍ରକଳ୍ପ ତିଆରି ପାଇଁ ଲୋକଙ୍କ ଦାବି ଅନୁସାରେ ବିଭିନ୍ନ ସ୍ଥାନ ବୁଲିବା ସହ ସ୍ଥାନ ନିରୂପଣ କରିଥିଲେ। ଘଣ୍ଟିଗୁଡା ସ୍ଥିତ ପୋଡାଯୋରକୁ ନୂତନ ପ୍ରକଳ୍ପ କରିବା ଏବଂ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ସର୍ଗିଗୁଡା ନିକଟରେ ଥିବା ଜୋତାଖଲିଆ ଡ଼୍ୟାମକୁ ପୁନଃ ଉଦ୍ଧାର କରିବା ସହ ବୃହତ ଯୋଜନା କରିବା ପାଇ ଜମି ଅଧିଗ୍ରହଣ ଏବଂ ଜଙ୍ଗଲ ବିଭାଗ ସହିତ ସ୍ଵିକୃତି ପାଇଁ ଆଲୋଚନା କରିଥିଲେ। ଏବଂ ଆଗାମୀ ଦିନରେ ଏହି ଅଞ୍ଚଳରେ ଥିବା ପ୍ରାକୃତିକ ଜଳଉତ୍ସର ଡିପିଆର ପ୍ରସ୍ତୁତ କରି ନୂତନ ପ୍ରକଳ୍ପ ନିମନ୍ତେ ପ୍ରସ୍ତାବ ଦିଆଯିବା ନେଇ ବିଧାୟକ ଶ୍ରୀପାଟ୍ଟଯୋଷୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଧାୟକଙ୍କ ଏହି ଗସ୍ତ ସମୟରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ସମ୍ପାଦକ ତୁଲାରାମ ନାଏକ, ସାଧାରଣ ସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୁଝାରୀ, ଉପ-ସଭାପତି ଭଜମନ ନାଏକ, ଯୁବମୋର୍ଚ୍ଚା ସଭାପତି ତ୍ରୈଲୋକ୍ୟ ବେଶ୍ରା, ଅର୍ଜୁନ ଭାଟି, ଚକ୍ରଧର ବେଶ୍ରା, ସନ୍ତୋଷ ମାଝୀ, ନକୁଳ ନାଏକ, ଦୁର୍ଗା ପ୍ରସାଦ ପ୍ରଧାନୀ, ଗୋପାଳ ଅଗ୍ରୱାଲ, ନରେଶ ଗୁପ୍ତା, ମହିମା ସରପଞ୍ଚ ଇଶରାମ କୋଲଥିଆ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, କୃଷ୍ଣଚନ୍ଦ୍ର ନାଏକ, ମକରନ୍ଦ ବାଗ, ନରେଶ ନାଏକ, ଲଲିତ ନାଏକ, ଲିଙ୍ଗରାଜ ରାଠୋର, କାମଦେବ ମାଝୀ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ।