ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମୋହନ ଗିରି ମଣ୍ଡଳ ସ୍ତରୀୟ ସେବା ପକ୍ଷ କର୍ମଶାଳା ମଣ୍ଡଳ ସଭାପତି ଖିଷ୍ଠଦତ ରାଉତଙ୍କ ଅଧ୍ୟକ୍ଷତାରେ ମଦନପୁର ବିଜୁ କଲ୍ୟାଣ ମଣ୍ଡପ ଠାରେ ସେବା ପକ୍ଷ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ଉପସଭାପତି ଅନିରୁଦ୍ଧ ପ୍ରଧାନ, ଲୁକେଶ ରଣା ମଣ୍ଡଳ ସାଧାରଣ ସମ୍ପାଦକ, କ୍ଷେତ୍ର ମୋହନ ପ୍ରଧାନ ମଣ୍ଡଳ ଉପସଭାପତି, କୁନି ପ୍ରଧାନ ମଣ୍ଡଳ ମୋର୍ଚ୍ଚା ଉପସଭାପତି, ସରୋଜ କୁମାର ବେହେରା ପୂର୍ବତନ ମଣ୍ଡଳ ସଭାପତି, ଯୁଧିଷ୍ଠିର ବେହେରା କୃଷକ ମୋର୍ଚ୍ଚା ସଭାପତି,ସୁନିଲ କୁମାର ଭୋଇ ସମ୍ପାଦକ, ଶତ୍ରୁଘ୍ନ ପ୍ରଧାନ, ଅଶୋକ କୁମାର ମାଝୀ ତେଢସୁଲି ପଞ୍ଚାୟତ ସଭାପତି, ଧର୍ମେନ୍ଦ୍ର ମୁଣ୍ଡ ଛେନା ମଦନପୁର ସଭାପତି,ଦୁତ ସା ଗୋଛାଡେଙ୍ଗେନ ସଭାପତି,ମୁକେଶ କୁମାର ରଣା ଅଲାତରା ସଭାପତି ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ ହେବ ଚଳିତ ବର୍ଷ ବୃକ୍ଷ ରୋପଣ ଠାରୁ ଆରମ୍ଭ କରି, ସ୍ବାସ୍ଥ୍ୟ ଓ ରକ୍ତ ଦାନ ଶିବିର ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତ କୁ ନିଆଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।