କାଶୀପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଅଞ୍ଜନ କୁମାର ନାଏକ) : ରାୟଗଡା ଜିଲ୍ଲା କାଶୀପୁର ସ୍ଥାନୀୟ ଚେତକ କ୍ଲଭ ଠାରେ କ୍ଷୁଦ୍ର, ସୂକ୍ଷ୍ମ ଓ ମଧ୍ୟ ଉଦ୍ୟାଗୀ ବିକାଶ ଯୋଜନା ସମନ୍ଧେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମଟି ରାୟଗଡା ଶାଖା ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ବିକାଶ ଏବଂ ସୁବିଧା କାର୍ଯ୍ୟାଳୟ ଓ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ର ଆନୁକୂଲ୍ୟରେ ଏକ ଉଦ୍ୟୋଗୀତା ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ପି.ଏମ୍.ଇ.ଜି.ପି, ପି.ଏମ୍.ଏଫ୍.ଏମ୍.ଇ, ପି.ଏମ୍ ବିଶ୍ୱକର୍ମ ,ଏମ୍.ଏସ୍.ଏମ୍.ଇ ଭଳି ଜଯୋଜନା ବିଷୟରେ ଉପସ୍ଥିତ ମୁଖ୍ୟ ବକ୍ତା ମାନେ ତଥା ଦେବେନ୍ଦ୍ର କୁମାର ବାଉରୀ,କେସି. ଦୋରା ଏଲ୍.ଡି.ଏମ୍ ଏସ୍.ବି.ଆଇ ରାୟଗଡା,ଏଫ୍.ଏଲ୍.ସି ଏସ୍.ବି.ଆଇ ରାୟଗଡା,ପ୍ରଫୁଲ ବିଡ଼ିକା ଶାଖା ପରିଚାଳକ କାଶୀପୁର,ସୁନୀଲ ପଟ୍ଟନାୟକ,ଆଇ.ପି.ଓ ଡି.ଆଇ.ସି ରାୟଗଡା, ଏବଂ ଏନକେ. ରତ୍ନାମ ସହକାରୀ ନିର୍ଦେଶକ ଏମ୍.ଐସ୍.ଏମ୍.ଇ ଡି.ଏଫ୍.ଓ ରାୟଗଡା ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ କୁ ବିସ୍ତାର ଭାବେ ନିଜ ନିଜ ବକ୍ତବ୍ୟ ଦେଇଥିଲେ। ଯୁବ ପିଢିଙ୍କୁ ଏମ୍.ଏସ୍.ଏମ୍.ଇ ଯୋଜନା ବିଷୟରେ ଜାଣିବା ଏବଂ ସେମାନଙ୍କର ଉଦ୍ୟୋଗୀ ଦକ୍ଷତା ଓ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ଅଞ୍ଚଳରେ ଉଦ୍ୟଗୀତା ସହ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ ଭୂମିକା ସହ ଉପଯୁକ୍ତ ଭବିଷ୍ୟତ ପ୍ରଦାନ କରିବା କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ଥିଲା ବୋଲି କାଶୀପୁର ଚେତକ ବ୍ଲକ ସଭାପତି ଶ୍ରୀ ମନୋଜ କୁମାର ଗଉଡ଼ ମତ ପ୍ରକଶ କରିଥଲେ। କାର୍ଯ୍ୟକ୍ରମରେ କାଶୀପୁର ଅଞ୍ଚଳରୁ ପ୍ରାୟ ୬୦ ଜଣ ଯୁବକ ଅଂଶଗ୍ରହଣ କରିଥିଲେ। ସମ୍ପାଦକ ପ୍ରସନ୍ନ ନାୟକ, ସୁସାନ୍ତ କୁମାର ଗୌଡ଼, ବରିଷ୍ଠ ସଦସ୍ୟ ସନ୍ତୋଷ ଗୌଡ଼, ଅଶ୍ୱିନ ଗୋପାଳ, ଅଜୟ ପାତ୍ର, କୁନା ନାୟକ ସମ୍ପୂର୍ଣ କାର୍ଯ୍ୟକ୍ରମଟିକୁ ସଫଳ ଆୟୋଜନ କରିଥିଲେ।