ମ, ରାମପୁର/କ୍ରାନ୍ତି କ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ପଜିବାହାଳି ରୁ ମୋହନଗିରି ମୁଖ୍ୟ ରାସ୍ତା ମାଣିକେରା ପଞ୍ଚାୟତ ର ପିପ୍ପଳପଡ଼ା, ବାଞ୍ଜାମୁଣ୍ଡା, ମାଣିକେରା ଠାରେ ଲୁହା ଝୁଲା ପୋଲ ଦିର୍ଘ ବର୍ଷ ହେଲା ନିର୍ମାଣ ହୋଇଛି। ଏହି ରାସ୍ତାଟି କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ ଜିଲ୍ଲା କୁ ସଂଯୋଗ କରୁଅଛି ସବୁଦିନ ହଜାର ହଜାର ଯାତ୍ରୀ ଭାରି ଯାନବାହାନ ଯିବାଆସିବା କରିଥାନ୍ତି ହେଲେ ବିଡମ୍ବନା ରେ ବିଷୟ ଆଜି ପର୍ଯ୍ୟନ୍ତ ମରାମତି କାମ ଥରୁଟିଏ ବି ହୋଇନାହିଁ ଯାହାଫଳରେ ଯାନବାହାନ ଗଲେ ଲାଗିଥିବା ଲୁହାର ପ୍ଲେଟ ଗୁଡିକ ଉଫୁଡ଼ି ଯାଉଛି। ରବିବାର ସକାଲୁ ଲଷ୍ମୀ ବସ୍ ମ.ରାମପୁର ରୁ ମୋହନଗିରି ଯିବା ସମୟରେ ମାଣିକେରା ଗାଁ ପାଖରେ ରେ ଥିବା ଲୁହା ଝୁଲା ପୋଲ ବସ ଯିବା ସମୟରେ ଗୋଟିଏ ବଡ଼ ଲୁହା ପ୍ଲେଟ ଉଫୁଡ଼ି ଯାଇଥିଲି ଡ୍ରାଇଭର ସାହାସିକତା ଯୋଗୁଁ ବଡ଼ ଦୁର୍ଘଟଣା ହେବାରୁ ବଞ୍ଚିଯାଇଛିନ୍ତି ଲକ୍ଷ୍ମୀ ବସ ର ସମସ୍ତ ଯାତ୍ରୀ। କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଆଗାମୀ ଦିନରେ ଏହାର ମରାମତି ଯଦି ନହୁଏ ବହୁ ଦୁର୍ଘଟଣା ହେବା ସମ୍ଭାବନା ରହିଛି । ସମସ୍ତ ଲୁହା ଝୁଲା ପୋଲର ତୁରନ୍ତ ମରାମତି କରିବା ସହିତ ରାସ୍ତା କାମ ମଧ୍ୟ ମନ୍ଥର ଗତି ରେ କାମ ହେବା ସହିତ ରାସ୍ତା କାମ ନିମ୍ନ ମାନର ଠିକାଦାର କରିଥିବା ଅଭିଯୋଗ ହୋଇଛି ଋତୁ ପ୍ରଶାସନକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।